ରାଜ୍ୟରେ ଆଉ ୧୫ ପଜିଟିଭ: ପ୍ରଥମ କରି ବୌଦ୍ଧରେ ୩ ପଜିଟିଭ, ୩୭୭ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ୧୫ ଜଣଙ୍କୁ ମିଶାଇ ଆଜି ରାଜ୍ୟରେ ଗୋଟିଏ ଦିନରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଉ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଂଚିଛି | ତେବେ ପ୍ରଥମ ଥର କରୋନା ମାନଚିତ୍ରରେ ବୌଦ୍ଧ ସାମିଲ ହୋଇଛି | ଏହି ଜିଲ୍ଲାରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |

ସେହିପରି ଗଞ୍ଜାମରୁ ୭, ଯାଜପୁରରେ ଜଣେ, ପୁରୀରେ ୨ ଜଣ, ଅନୁଗୁଳରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ସକାଳେ ଅନୁଗୁଳରେ ୧୩ ଜଣ ଚିହ୍ନଟ ହୋଇଥିବାବେଳେ ଏବେ ୨ ଜଣ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ୧୫ରେ ପହଂଚିଛି | ସକାଳେ ଅନୁଗୁଳ, ସଞ୍ଜରେ ବୌଦ୍ଧକୁ କରୋନା ବ୍ୟାପିବା ପରେ ରାଜ୍ୟର ୨୧ ଜିଲ୍ଲାରେ କରୋନା କାୟା ମେଲାଇଛି |

Leave a Reply

Your email address will not be published. Required fields are marked *