ଏୟାର ଇଣ୍ଡିଆ ପାଇଲଟଙ୍କୁ କରୋନା

ମୁମ୍ବାଇ : ଏୟାର ଇଣ୍ଡିଆର ୫ ପାଇଲଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଗୁଆଙ୍ଗଜୋହୁକୁ ଏକ କାର୍ଗୋ ଫ୍ଲାଇଟ ଉଡ଼ାଣ ହୋଇଥିଲା । ସେହି ପାଇଲଟମାନେ ସେହି ବିମାନରେ ଥିବା ଜାଣିବାକୁ ମିଳିଛି । ଲକଡାଉନ ଚାଲିଥିଲେ ବି  ଏୟାର ଇଣ୍ଡିଆର ପାଇଲଟମାନେ ଅନ୍ତର୍ଜାତିକ କାର୍ଗୋ ଫ୍ଲାଇଟ ଉଡ଼ାଣ ଜାରି ରଖିଛନ୍ତି  । ଏପରିକି ସାଂଘାଇ ଓ ହଙ୍ଗକଙ୍ଗକୁ ମଧ୍ୟ ମେଡ଼ିକାଲ କାର୍ଗୋ ଫ୍ଲାଇଟ ଉଡାଣ ହୋଇଥିଲା  । ତେବେ ଏନେଇ ଯାତ୍ରୀମାନଙ୍କ ଚିନ୍ତାର କାରଣ ନାହିଁ  । କାହିଁକିନା ଲକଡାଉନ ପରେ ବିମାନ ଚଳାଚଳ ବନ୍ଦ ରହିଛି  । କେବଳ କାର୍ଗୋ ବିମାନ ହିଁ ଚଳାଚଳ କରୁଛି  । ତେଣୁ ଏହା ସହ ଜଡ଼ିତ କର୍ମଚାରୀମାନଙ୍କୁ ପରୀକ୍ଷା କରାଯିବ ବୋଲି ଜାଣିବାକୁ ମିଳିଛି  ।

Leave a Reply

Your email address will not be published. Required fields are marked *