ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ଶାହା

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି। ସେ କହିଛନ୍ତି କିଛିଦିନ ହେବ କିଛି ଲୋକ ସୋସିଆଲ ମିଡିଆରେ ମୁଁ ଅସୁସ୍ଥ ଥିବା ଦର୍ଶାଉଥିବା ଦେଖାଯାଇଛି। ଏମିତିକି ମୋ ମୃତ୍ୟୁକୁ ନେଇ କିଛି ଲୋକ ଟୁଇଟରରେ ପ୍ରାର୍ଥନା କରିଥିବା ଦେଖାଯାଇଛି। ହେଲେ ଦେଶ ଏବେ କରୋନା ମହାମାରୀ ସହ ଲଢୁଥିବା ବେଳେ ଏସବୁ ଦିଗ ପ୍ରତି ମୁଁ ଧ୍ୟାନ ଦେଇ ନ ଥିବା କହିଛନ୍ତି ଶାହା। ବରଂ ଏମିତି କେତେକ ଲୋକେ ତାଙ୍କ କାଳ୍ପନିକ ଦୁନିଆରେ ବ୍ୟସ୍ତ ଅଛନ୍ତି ବୋଲି ସେ ଧରି ନେଇଥିଲେ ବୋଲି ପ୍ରକାଶ କରିଛନ୍ତି। ହେଲେ ମୋ ଦଳର ଲକ୍ଷ ଲକ୍ଷ କର୍ମୀ ଓ ମୋ ଶୁଭଚିନ୍ତକ ଏହାକୁ ନେଇ ଖୁବ୍‌ ଚିନ୍ତାରେ ପଡିଯାଇଛନ୍ତି। ତେଣୁ ସେମାନଙ୍କ ଚିନ୍ତାକୁ ମୁଁ ଅଣଦେଖା କରି ନ ପାରି ସ୍ପଷ୍ଟ କରୁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଶନିବାର ଏକ ବିବୃତ୍ତି ଜାରି କରି ଶାହା ଏହା ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଶାହାଙ୍କ ସ୍ବାସ୍ଥ୍ୟକୁ ନେଇ ଫେକ୍‌ ଟୁଇଟ୍‌ କରିଥିବା ୪ ଜଣଙ୍କୁ ଅହମଦାବାଦ ପୋଲିସ ଅଟକ ରଖିଛି।

Leave a Reply

Your email address will not be published. Required fields are marked *