
ମୁମ୍ବାଇ: ବନ୍ଦେ ଭାରତ ମିସନ୍ର ଚତୁର୍ଥ ଦିବସ ରବିବାରେ ଲଣ୍ଡନରୁ ପ୍ରଥମ କରି ୩୨୬ଜଣ ଭାରତୀୟଙ୍କୁ ଆଣିଥିବା ଏୟାର୍ ଇଣ୍ଡିଆ ବିମାନ ମୁମ୍ବାଇରେ ଅବତରଣ କରିଛି।
ବିମାନର ସଫଳ ଅବତରଣ ସଂକ୍ରାନ୍ତରେ ସୂଚନା ଦେଇ ଇଂଲଣ୍ଡ୍ରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଯେ ୩୨୬ଜଣ ନାଗରିକଙ୍କୁ ବସାଇ ଶନିବାର ଦିନ ବିମାନଟି ଲଣ୍ଡନ୍ରୁ ଉଡ଼ାଣ ଆରମ୍ଭ କରିଥିଲା। ଯାତ୍ରୀମାନଙ୍କ ଧୈର୍ଯ୍ୟ ପ୍ରଶଂସାଯୋଗ୍ୟ।
ଏହି ବିମାନଟି ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି।
ଏହାଛଡ଼ା, ମେ ୯ ତାରିଖ ଦିନ ଆଉ ୧୩୭୩ ଜଣ ଭାରତୀୟ ସ୍ବଦେଶ ଫେରିଛନ୍ତି। ବନ୍ଦେ ଭାରତ ମିସନ୍ରେ ୮ଟି ବିମାନରେ ଏମାନଙ୍କୁ ଦୁବାଇ, କୁଏତ୍, ମସ୍କାଟ୍, ଶାରଜା, କୁଆଲା ଲମ୍ପୁର୍ ଏବଂ ଢାକାରୁ ଅଣାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ତାଙ୍କ ଟୁଇଟର୍ ହ୍ୟାଣ୍ଡଲ୍ରେ ଏହି ସୂଚନା ସେୟାର୍ କରିଛନ୍ତି।
ବିଦେଶରେ ଅଟକି ରହିଯାଇଥିବା ନାଗରିକମାନଙ୍କୁ ମେ ୭ ତାରିଖ ଠାରୁ ପର୍ଯ୍ୟାୟକ୍ରମେ ସ୍ବଦେଶ ଫେରାଇ ଅଣାଯିବ ବୋଲି ସୋମବାର ଦିନ ଭାରତ ଘୋଷଣା କରିଥିଲା। ଏଥିପାଇଁ ଏୟାର୍ ଇଣ୍ଡିଆର ୬୪ଟି ବିମାନ ଚଳାଚଳ କରିବ।