ପୋଖରାନ୍‌ ପରୀକ୍ଷଣ ଥିଲା ଶ୍ରେଷ୍ଠ ଉପଲବ୍ଧି: ମୋଦି

ନୂଆଦିଲ୍ଲୀ : ଗତ ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ ପୋଖରାନ୍‌ ଆର୍ମି ଟେଷ୍ଟ ରେଞ୍ଚ୍‌ରେ ଶକ୍ତି-୧ ଆଣବିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା। ଏହା ଦେଶ ପାଇଁ ଏକ ଶ୍ରେଷ୍ଠ ଉପଲବ୍ଧି ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଟୁଇଟ୍‌ କରି ଜଣାଇଛନ୍ତି। ସେବେଠାରୁ ପ୍ରତିବର୍ଷ ମେ ୧୧କୁ ଦେଶବ୍ୟାପୀ ରାଷ୍ଟ୍ରୀୟ ପ୍ରାଦୌଗିକ ଦିବସ ଭାବେ ପାଳନ କରାଯାଉଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଏରୋସ୍ପେସ୍‌ ଇଞ୍ଜିନିୟର ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କାଲାମଙ୍କ ଉଦ୍ୟମରେ ଭାରତ ରାଜସ୍ଥାନ ପୋଖରାନ୍‌ ଆର୍ମି ଟେଷ୍ଟ ରେଞ୍ଚ୍‌ରେ ଶକ୍ତି-୧ ଆଣବିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା। ଏପରି କରି ଭାରତ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ପୃଥିବୀରେ ପରିଚିତି ହାସଲ କରିଥିଲା। ଏହାଦ୍ୱାରା ଭାରତ ଆଣବିକ ଶକ୍ତି କ୍ଷେତ୍ରରେ ଆମେରିକା, ରୁଷିଆ, ଫ୍ରାନ୍ସ, ବ୍ରିଟେନ୍‌ ଏବଂ ଚାଇନା ସମକ୍ଷକ ହୋଇପାରିଥିଲା। ବର୍ତ୍ତମାନ ଦେଶରେ ଦେଖାଦେଇଥିବା କୋଭିଡ୍‌-୧୯ ସଂକ୍ରମଣକୁ ପରାସ୍ତ କରିବା ଲାଗି ଉପଯୁକ୍ତ ଜ୍ଞାନକୌଶଳ ଆଧାରରେ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ଏହି ମହାମାରୀକୁ ରୋକିବା ଲାଗି ବିକଶିତ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *