
ଭୁବନେଶ୍ୱର: ଲକଡାଉନ କଟକଣା ସମୟରେ କେବଳ ଗ୍ରୀନ୍ ଜୋନରେ ହିଁ ସରକାରୀ ବସ୍ ଚାଲିପାରିବ । ଯାତ୍ରୀମାନଙ୍କୁ ଏଥି ପାଇଁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ହେବ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସାଧାରଣ ଯାତ୍ରୀମାନଙ୍କର ସୁବିଧା ପାଇଁ ଗ୍ରୀନ ଜୋନ୍ରେ ସରକାରୀ ବସ ଚାଲିବ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ତରଫରୁ ପରିଚାଳିତ ହେବାକୁ ଥିବା ଏହି ବସ୍ଗୁଡ଼ିକ ରୋଡ ଜୋନ୍ ଦେଇ ଗ୍ରୀନ ଜୋନକୁ ଯିବ ନାହିଁ । ଘରୋଇ ବସ୍ ରାଜି ନ ହେବାରୁ ଓଏସ୍ଆରଟିସି ପକ୍ଷରୁ ଲୋକଙ୍କୁ ବସ ସେବା ଯୋଗାଇ ଦିଆଯିବ । ଏଥି ପାଇଁ ସ୍ୱତନ୍ତ୍ର ଯାତାୟତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ପରିବହନ ମନ୍ତ୍ରୀ କହିଛନ୍ତି, ବସ୍ରେ ଥିବା ସିଟ ଗୁଡ଼ିକର ୫୦ ପ୍ରତିଶତ ସିଟରେ ଯାତ୍ରୀମାନେ ବସିବେ । ସାମାଜିକ ଦୂରତ୍ୱ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଗ୍ରୀନ ଜୋନରେ ଆଗାମୀ ଦିନରେ ଅଧିକ ବସ୍ ଚଳାଚଳ କରିବ ।