
ନୂଆଦିଲ୍ଲୀ : କରୋନା ଭୂତାଣୁରୁ ବିଶ୍ୱକୁ ମୁକ୍ତି ଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଗବେଷକମାନେ। କରୋନା ଭ୍ୟାକସିନ ତିଆରି ନେଇ ପ୍ରତ୍ୟେକ ଦେଶ ଦାବି କରୁଛନ୍ତି। ତେବେ ଏପରି ଏକ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ସୂଚନା ସମସ୍ତଙ୍କୁ ହତାଶ କରିଛି। କାରଣ କରୋନା ଭୂତାଣୁ ବିଶ୍ୱରୁ କେବେ ଦୂର ହେବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି ।
କରନା କବ୍ଜାରୁ ବିଶ୍ୱ ମୁକୁଳି ପାରିବ ନାହିଁ। ଆମକୁ ସବୁବେଳେ କରୋନା ସହ ବଞ୍ଚିବାକୁ ପଡ଼ିବ। ଏଚଆଇଭି ଭୂତାଣୁ ଯେପରି ଆମ ସହ ରହିଛି, କରୋନା ଭୂତାଣୁ ସେହିପରି ଆମ ସହ ରହିବ। ପ୍ରଥମେ ପ୍ରଥମେ ଏଚଆଇଭି ମଧ୍ୟ ଏହିପରି ଆତଙ୍କ ସୃଷ୍ଟି କରିଥିଲା। ଆସ୍ତେ ଆସ୍ତେ ପୃଥିବୀ ଏଚଆଇଭି ସହ ବଞ୍ଚିବା ଶିଖିଗଲା। ଏବେ ଚିକିତ୍ସା ଦ୍ୱାରା ଏଚଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କୁ ବଞ୍ଚାଇ ପାରିବାରେ ସମର୍ଥ ହୋଇଛନ୍ତି ଡାକ୍ତରୀ ଟିମ୍।
ତେଣୁ ରିଆନଙ୍କ କହିଛନ୍ତି, ଅନ୍ୟ ସଂକ୍ରମିତ ଭୂତାଣୁ ପରି ଏହି କରୋନା ଭୂତାଣୁ ରହିବ। ଏହା କେବେ ଦୂର ହେବ ସେ ନେଇ କେହି କହିପାରିବେ ନାହିଁ । ଏଚଆଇଭି ପରି ଏହା ଅନ୍ୟ ଏକ ଭାଇରସ୍ । ଏଚଆଇଭି ଯେପରି ରହିଛି, କରୋନା ଭୂତାଣୁ ସେପରି ରହିବ ବୋଲି ସେ କହିଛନ୍ତି। ଏଥିସହ ଲକଡାଉନ୍ କଟକଣା ପ୍ରତ୍ୟାହାର ହେଲେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବ ବୋଲି ସେ ଆଶଙ୍କା କରିଛନ୍ତି ।