ଆଜି ପୁଣି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ମଧ୍ୟରୁ ୬୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩ଜଣ ହୋମ୍ କ୍ବାରେଣ୍ଟାଇନରେ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୩୧, ଗଞ୍ଜାମ ଜିଲ୍ଲାରୁ ୧୩, ପୁରୀରୁ ୪, ଭଦ୍ରକରୁ ୬ , ଖୋର୍ଦ୍ଧା ଜିଲ୍ଲାରୁ ୩, ମୟୂରଭଞ୍ଜ ଓ ନୟାଗଡରୁ ୨ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଓ କଟକ ଜିଲ୍ଲାରୁ ୬ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି।

ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୭୭, ବାଲେଶ୍ବରରେ ୧୦୨, ଯାଜପୁରରେ ୧୨୧ , ସୁନ୍ଦରଗଡ଼ରେ ୨୫ , ପୁରୀରେ୧୮, କେନ୍ଦ୍ରାପଡ଼ାରେ ୨୬. ଅନୁଗୁଳରେ ୧୫,ଖୋର୍ଦ୍ଧାରେ ୫୬, ଦେବଗଡ଼ରେ ୨ , ଭଦ୍ରକରେ ୪୬, ନୟାଗଡ଼ରେ ୬, ମୟୂରଭଞ୍ଜ ଜିଲ୍ଲାରେ ୧୧, କଟକ ଜିଲ୍ଲାରେ ୧୦  ଓ  ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି।

ଏଣେ ଏବେ ବାଲେଶ୍ବର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା  ୧୦୨ରେ,  ଭଦ୍ରକ ୪୬ରେ , ସୁନ୍ଦରଗଡ଼ରେ ୨୬,  ଅନୁଗୁଳରେ ୧୫,  , ବୌଦ୍ଧ, କେନ୍ଦୁଝର  ଜିଲ୍ଲାରେ ୪ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ୨୧ଟି ଜିଲ୍ଲା ଏବେ କରୋନା କବଳରେ ରହିଥିବା ବେଳେ ଆଜି ଆଉ କୌଣସି ନୂତନ ଜିଲ୍ଲା ଏଥିରେ ସାମିଲ ହୋଇନାହିଁ।ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୬୮ ଥିବା ବେଳେ, ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି। ରାଜ୍ୟରେ ଏଯାବତ୍ ୩ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *