
ଭୁବନେଶ୍ୱର: ତେଲ ଦର ବଢ଼ିଛି । ଏହା ଦ୍ୱାରା ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜନସାଧାରଣଙ୍କ ଉପରେ ପ୍ରଭାବ ପଡ଼ିବ । ପେଟ୍ରୋଲ ଦର ୩ ଟଙ୍କା ୧୧ ପଇସା ଓ ଡିଜେଲ ଦର ୧ ଟଙ୍କା ୩ ପଇସା ମହଙ୍ଗା ହୋଇଛି । ରାଜ୍ୟ ସରକାର ଭାଟ ବଢ଼ାଇବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ଜଣାଯାଇଛି ।
ରାଜ୍ୟ ସରକାର ପେଟ୍ରୋଲରେ ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ଭାଟ୍ ବୃଦ୍ଧି କରିଛନ୍ତି । ସେହିପରି ଡିଜେଲରେ ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ଭାଟ୍ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଓ ଡିଜେଲର ନୂତନ ଦର ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ।