ଜୁନ୍ ୧ରୁ ସାରା ଦେଶରେ ଗଡ଼ିବ ଟ୍ରେନ

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ସାରା ଦେଶରେ ଆରମ୍ଭ ହେବ ଟ୍ରେନ ସେବା। ୨ ଶହ ନନ୍ ଏସି ଟ୍ରେନ୍ ଚାଲିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋୟଲ। ସାଧାରଣ ଯାତ୍ରୀଙ୍କ ପାଇଁ ପ୍ରତିଦିନ ୨ଶହ ଟ୍ରେନ୍ ଚାଲିବ। ଏହି ସବୁ ଟ୍ରେନ୍ ପାଇଁ ଅନଲାଇନ୍ ବୁକିଂ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହି ସବୁ ଟ୍ରେନ୍ ପାଇଁ ଜୁନ୍ ପହିଲାରୁ ଟାଇମ୍ ଟେବୁଲ୍ ପ୍ରସ୍ତୁତ ହେବ।

ଏହି ଅନୁସାରେ ଟ୍ରେନ୍ ଚଳାଚଳ କରିବ। ଏସମ୍ପର୍କରେ ଆସନ୍ତା କିଛି ଦିନ ମଧ୍ୟରେ ରେଲୱେ ପକ୍ଷରୁ ସୂଚନା ପ୍ରଦାନ କରାଯିବ। ସେହିପରି ଆଜି ଆଉ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚାଲିବା ନେଇ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି।

ମାର୍ଚ୍ଚ ୨୫ରୁ ସାରା ଦେଶରେ ଲକଡାଉନ୍ ଲାଗୁ ହେବା ପରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ କିଛି ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ଏବଂ ପରେ ଦିଲ୍ଲୀରୁ ୧୫ଟି ସହରକୁ ଟ୍ରେନ୍ ଆରମ୍ଭ ହୋଇଛି। ବର୍ତ୍ତମାନ ଯାଏ ଗତ ୧୯ ଦିନରେ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଦ୍ୱାରା ସାରା ଦେଶରୁ ସାଢ଼େ ୨୧ ଲକ୍ଷ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *