ରାଜ୍ୟରେ ୧୦୩ ଆକ୍ରାନ୍ତ, ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୦୩ ଜଣ  ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୋଟ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଂଚିଛି । ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲାରୁ ୨୨ ଜଣ , କେନ୍ଦ୍ରାପଡାରୁ ୧୫ ଜଣ , ଭଦ୍ରକରୁ ୮ଜଣ ,ବଲାଙ୍ଗୀରରୁ ୮,ଜଗତସିଂହପୁରରୁ ୧୦ ଜଣ, ମାଲକାନଗିରିରୁ ୯ ଜଣ , କୋରାପୁଟରୁ ୬ଜଣ, ଗଜପତିରୁ ୬ଜଣ , ଖୋରଧାରୁ ୫ ଜଣ, ବାଲେଶ୍ୱରରୁ ୫ଜଣ ,ଗଂଜାମରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଯେବେକି ଯାଜପୁର ,ଢେଙ୍କାନାଳ, କେଉଁଝର, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲା ମାନଙ୍କରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *