
କଟକ – ରାଜ୍ୟର ପ୍ରଥମ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ । କଟକ ସିଟି ହସ୍ପିଟାଲର ଡାକ୍ତର କରୋନା କୋଭିଡ-୧୯ ପଜିଟିଭ୍ । ଏହାକୁ ନେଇ ଆତଙ୍କ ଖେଳି ଯାଇଛି । ସଂପୃକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ କୋଭିଡ-୧୯ ପରୀକ୍ଷା ହେବ । ଡାକ୍ତର ଜଣଙ୍କ ହୋମ୍ କ୍ୱାରାଣ୍ଟାଇନ୍ ରେ ଥିଲେ ।
ଉଲ୍ଲେଖନୀୟ ଯେ, ଆଜି ରାଜ୍ୟରେ ୮୪ ଜଣ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ରା ଦ୍ୱାରା ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ୭୩୩ ଜଣ କରୋନା କବଳରୁ ମୁକ୍ତ ହୋଇଛନ୍ତି। ଆଜି ସକାଳୁ ରାଜ୍ୟରେ ୭୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ୍ ହୋଇଥିଲେ।