
ମୁମ୍ବାଇ : ‘ବାହୁବଲୀ’ ଫେମ୍ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସେମାନଙ୍କ ପ୍ରିୟ ଅଭିନେତାଙ୍କ ଅପ୍କମିଙ୍ଗ ଫିଲ୍ମର ଟାଇଟଲ୍ ଏବଂ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ନିଜେ ପ୍ରଭାସ ଇନ୍ଷ୍ଟାଗ୍ରାମ୍ରେ ଏହା ଖୁଲାସା କରିଛନ୍ତି। ଫିଲ୍ମର ଟାଇଟଲ୍ ‘ରାଧେ ଶ୍ୟାମ’ । ଏଥିରେ ପୂଜା ହେଗ୍ଡେଙ୍କ ସହ ସେ ସ୍କ୍ରିନ୍ ସେୟାର କରିଛନ୍ତି । ଫିଲ୍ମଟି ବିଗ୍ ବଜେଟ୍ର ହୋଇଥିବାବେଳେ ହିିନ୍ଦୀ ସମେତ ୪ ଭାଷାରେ ଆସନ୍ତା ବର୍ଷ ରିଲିଜ୍ ହେବ । ଫାଷ୍ଟ ଲୁକ୍ ପୋଷ୍ଟରରେ ପ୍ରଭାସ ଏବଂ ପୂଜାଙ୍କର ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳୁଛି ।
ଅଭିନେତ୍ରୀ ପୂଜା ହେଗଡେ ଓ ପ୍ରଭାସ ଏହି ଫିଲ୍ମର ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି,‘ ମୋ ଫ୍ୟାନ୍ସମାନେ, ଏହା ଆପଣଙ୍କ ପାଇଁ। ଆଶା କରୁଛି ଏହି ଫିଲ୍ମଟି ଆପଣଙ୍କୁ ପସନ୍ଦ ଆସିବ। ଏହି ପୋଷ୍ଟ ସହିତ ପ୍ରଭାସ #Prabhas20FirstLook #RadheShyam ପରି ହ୍ୟାସଟ୍ୟାଗଗୁଡିକୁ ମଧ୍ୟ ଲେଖିଛନ୍ତି।
ଏହାପୂର୍ବରୁ ପ୍ରଭାସ ହିନ୍ଦୀରେ ଟି-ସିରିଜରେ ନିର୍ମିତ ଶ୍ରଦ୍ଧା କପୁରଙ୍କ ସହ ‘ସାହୋ’ ଫିଲ୍ମରେ ନଜର ଆସିଥିଲେ।