ନୂଆ ନିଯୁକ୍ତିରେ ରୋକ୍ ଲଗାଇଲା ରେଳବାଇ

ନୂଆଦିଲ୍ଲୀ: ରେଳବାଇରେ ଚାକିରି ଆଶାୟୀଙ୍କ ପାଇଁ ଦୁଃଖ ଖବର। ସାରା ଦେଶରେ କୌଣସି ନୂଆ ନିଯୁକ୍ତି ପ୍ରକାଶ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ରେଳବାଇ। ଲକଡାଉନ୍ ସମୟରେ ହୋଇଥିବା କ୍ଷତି ଭରଣା ପାଇଁ ଖର୍ଚ୍ଚ କାଟ କରିବାକୁ ରେଳବାଇ ଏପରି ନିଷ୍ପତ୍ତି ନେଇଛି।

ପୂର୍ବରୁ ବିଭିନ୍ନ ବିଭାଗର ୨.୯୩ ଲକ୍ଷ ପଦବୀ ପୂରଣ ପାଇଁ କାମ ଆରମ୍ଭ ହୋଇଥିବା ନଭେମ୍ବର ମାସରେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ରେଳମନ୍ତ୍ରୀ ପିୟୂଷ ଗୋୟଲ। ତେବେ ବର୍ତ୍ତମାନ ସମୟରେ କରୋନା ସହିତ ଲଢ଼ିବା ପାଇଁ ଅର୍ଥନୀତିକୁ ବଳ ଦେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କେବଳ ଅତ୍ୟାବଶ୍ୟକୀୟ କ୍ଷେତ୍ରରେ ଖର୍ଚ୍ଚକୁ ମଞ୍ଜୁରୀ ମିଳୁଛି।

ସେହି ଅନୁସାରେ ରେଳବାଇ ମଧ୍ୟ ସରୁକ୍ଷା କ୍ୟାଟେଗୋରୀ ବ୍ୟତୀତ ଅନ୍ୟ କୌଣସି ବିଭାଗରେ ନୂଆ ନିଯୁକ୍ତି ନ କରିବାକୁ ଅଞ୍ଚଳିକ ଶାଖା ଏବଂ ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏଥିସହିତ ଗତ ଦୁଇ ବର୍ଷରେ ହୋଇଥିବା ନିଯୁକ୍ତିର ସମୀକ୍ଷା କରିବାକୁ ମଧ୍ୟ ରେଳବାଇର ବିଚାରକ କମିଟି ବିଭିନ୍ନ ଆଞ୍ଚଳିକ ଶାଖାଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଯଦି ଏହାର ନିଯୁକ୍ତି ସମ୍ପୂର୍ଣ୍ଣ ହୋଇନଥାଏ ତେବେ ଏଗୁଡ଼ିକୁ ରଦ୍ଦ କରିବା ପାଇଁ କୁହାଯାଇଛି।

Leave a Reply

Your email address will not be published. Required fields are marked *