ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କ ରିପୋର୍ଟ୍ କାଲି ନେଗେଟିଭ୍; ଆଜି ପଜିଟିଭ୍

ମୁମ୍ବାଇ : ବଲିଉଡର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ବଚ୍ଚନ ପରିବାରର ଆଉ ଦୁଇ ସଦସ୍ୟ କରୋନା ପଜିଟିଭ ଜଣାପଡିଛନ୍ତି।  ବିଗ୍ ବିଙ୍କ ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା ବଚ୍ଚନ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ଖବର ଆସିଛି।

ତେବେ ଅନ୍ୟପକ୍ଷେ ଜୟା ବଚ୍ଚନ, ତାଙ୍କର ଝିଅ ଶ୍ବେତା ନନ୍ଦା ଓ ନାତି ଅଗସ୍ତ୍ୟା ନନ୍ଦଙ୍କ କରୋନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ବଚ୍ଚନ ପରିବାରରେ ଏପର୍ଯ୍ୟନ୍ତ ୪ ଜଣ ଲୋକ କରୋନା ପଜିଟିଭ ବୋଲି ଜଣାପଡିଛନ୍ତି।

Leave a Reply

Your email address will not be published. Required fields are marked *