ଆଜି ରାଜ୍ୟରେ ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୮,୭୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ସର୍ବାଧିକ ୧୦୬ ଜଣ ଗଞ୍ଜାମରୁ ସୁସ୍ଥ ହୋଇଛନ୍ତି । କଟକ ୭୬, ମୟୂରଭଞ୍ଜ ୩୮, ସୁନ୍ଦରଗଡ଼ ୩୮, ଯାଜପୁର ୨୫, ନବରଙ୍ଗପୁର ୨୪, ସମ୍ବଲପୁର ୨୨, ଖୋର୍ଦ୍ଧା ୧୫, ବାଲେଶ୍ୱର ୯, ବରଗଡ଼ ୬, ଅନୁଗୁଳ, କଳାହାଣ୍ଡି ଓ କେନ୍ଦ୍ରପଡ଼ା ୫, ଜଗତସିଂହପୁର, କୋରାପୁଟ ୪, ଭଦ୍ରକ, ବୌଦ୍ଧ ଓ କେନ୍ଦୁଝର ୩, ନୟାଗଡ଼ ଓ ପୁରୀରୁ ୨ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଆଜି ରାଜ୍ୟରେ ୨୧ ଜିଲ୍ଲାରୁ ୫୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୪  କ୍ୱାରେଣ୍ଟାଇନ୍‌ ମାମଲା ଥିବା ବେଳେ ୨୦୧ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦେଇଥିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

Leave a Reply

Your email address will not be published. Required fields are marked *