ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ

ଗାନ୍ଧିନଗର: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ ପଟେଲ। ଶନିବାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି ଦଳ। ତୁରନ୍ତ ପଦକ୍ଷେପ ଅନୁସାରେ ହାର୍ଦ୍ଦିକଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଏନେଇ ସୂଚନା ଦେଇଛି ଗୁଜରାଟ କଂଗ୍ରେସ।

୧୦୧୫ରେ ପଟିଦାର ଆନ୍ଦୋନଳନରେ ଭାଗ ନେଇ ଚର୍ଚ୍ଚାକୁ ଆସିଥିଲେ ହାର୍ଦ୍ଦିକ। ପଟିଦାର ସମ୍ପ୍ରଦାୟଙ୍କୁ ସରକାରୀ ସହାୟତା ସହିତ ସଂରକ୍ଷଣ ପାଇଁ ସେ ଦାବି ଉଠାଇବା ସହିତ ଆନ୍ଦୋଳନ କରିଥିଲେ। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ।

୨୦୧୯ ମାର୍ଚ୍ଚ ୧୨ ତାରିଖରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।। କଂଗ୍ରେସରେ ଯୋଗଦେବା ପରେ ସେ ଜାମନଗର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ତାଙ୍କ ଉପରେ ମାମଲା ଚାଲିଥିବାରୁ ସେ ଲୋକସଭା ନିର୍ବାଚନରେ ଲଢ଼ିପାରି ନଥିଲେ।

Leave a Reply

Your email address will not be published. Required fields are marked *