ଓଡ଼ିଶାରେ ଆଉ ୬୧୬ କରୋନା ଆକ୍ରାନ୍ତ‌ ଚିହ୍ନଟ, କେବଳ ଗଞ୍ଜାମରୁ ୨୮୩

ଭୁବନେଶ୍ୱର : କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି । ଆଜି ରାଜ୍ୟରୁ ଯେତିକି ପଜିଟିଭ ଚିହ୍ନଟ ହୋଇଛନ୍ତି, ସେଥିରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଅଛନ୍ତି। ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୬୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୧୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୮୩, କୋରାପୁଟରୁ ୫୦ଜଣ, ନବରଙ୍ଗପୁରରୁ ୪୦ଜଣ, ବରଗଡ଼ରୁ ୩୧ଜଣ, ଖୋର୍ଦ୍ଧାରୁ ୨୯ଜଣ, ବାଲେଶ୍ବରରୁ ୨୭ଜଣ, କଟକ ଓ କେନ୍ଦୁଝର ୨୩ ଜଣ ଲେଖାଏଁ, ଜଗତସିଂହପୁରରୁ ୧୮ଜଣ,ଯାଜପୁରରୁ ୧୭ଜଣ, ମାଲକାନଗିରିରୁ ୧୪ଣ, ମୟୂରଭଞ୍ଜରୁ ୧୩ଜଣ, ଝାରସୁଗୁଡାରୁ ୧୧ଜଣ, ଅନୁଗୁଳରୁ ୭ଜଣ, କନ୍ଧମାଳରୁ ୬ଜଣ, ନୂଆପଡା ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ, ଭଦ୍ରକ ଓ ବଲାଙ୍ଗୀର ୨ଜଣ ଲେଖାଏଁ, ଗଜପତି, କେନ୍ଦ୍ରାପଡ଼ ଓ ପୁରୀରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି।

ସୂଚନା ମୁତାବିକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୮୯୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୭୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୬୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Leave a Reply

Your email address will not be published. Required fields are marked *