ଗୁଗଲ ଭାରତରେ ନିବେଶ କରିବ ୭୫ ହଜାର କୋଟି

ନୂଆଦିଲ୍ଲୀ: ଗୁଗଲ ଭାରତରେ ଏକ ମହତ୍ତ ପଦକ୍ଷେପ ନେବାକୁ ଯାଉଛି ।  ଏହାର ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବାରେ ସାହାଯ୍ୟ କରିବାକୁ ଯାଇ ୭୫ ହଜାର କୋଟି ଟଙ୍କାର ଫଣ୍ଡ ଘୋଷଣା କରିଛି। ଗୁଗଲର ସିଇଓ ସୁନ୍ଦର ପିଚାଇ ଦେଶରେ ଆୟୋଜିତ ହେଉଥିବା ୬ଷ୍ଠତମ  ଗୁଗଲ ଫର୍  ଇଣ୍ଡିଆ କାର୍ଯ୍ୟକ୍ରମରେ ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ  କରିବାର କଥା କହିଛନ୍ତି ।

  ସେ କହିଛନ୍ତି , ଡିଜିଟଲ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ  ଗୁଗଲ  ଆଗାମୀ  ୫ରୁ ୭ବର୍ଷ ରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ । ଇକୋସିଷ୍ଟମ  ଇନଭେଷ୍ଟମେଣ୍ଟ୍ସରେ ଏହି ନିବେଶ  ଇକ୍ୟୁଟି ଇନଭେଷ୍ଟମେଣ୍ଟ, ପାର୍ଟନରଶିପ୍‌ ଓ ଅପରେଶନଲ ଇନଫ୍ରାଷ୍ଟ୍ରକରର ମିସ୍କଚର  ହେବ ।

ଗତ କିଛି ବର୍ଷରେ  ମୋବାଇଲ  ମାନୁଫ୍ୟାକ୍ଚରିଂ ସହ ଆମେ ପାର୍ଟନରଶିପ୍‌ କରିଛୁ ଏବଂ  ଶସ୍ତା ଦରରେ  ମୋବାଇଲ ଫୋନ୍ ଅଫର କରିବାରେ କାମ କରିଛୁ ।  Google My Business ୨୬ ମିଲିୟନ ଡିଜିଟାଇଜ୍ଡ ହୋଇଛି ।  ୩ ମିଲିୟନ ଗୁଗଲ ପେ ବ୍ୟବହାର କରିଥାନ୍ତି ।

ଜିଏସ୍‌ଟି  ଓ ଭାରତର ଡିଜିଟଲ ଇନଫ୍ରାଷ୍ଟ୍ରକ୍ଚରରେ Google ର ପ୍ରମୁଖ ଭୂମିକା

ଜିଏସ୍‌ଟି ଓ ଭାରତର ଡିଜିଟାଲ  ଇନଫ୍ରାଷ୍ଟ୍ରକ୍ଚରରେ Google ର ପ୍ରମୁଖ ଭୂମିକା  ରହିଛି ।  ସ୍ୱାସ୍ଥ୍ୟ ଓ ଏଗ୍ରିକଲଚର ପାଇଁ  ଆର୍ଟିଫିସିୟଲ ବହୁତ ମୁଖ୍ୟ ଅଟେ । ବନ୍ୟା ପରି ବିପର୍ଯ୍ୟୟରେ ଗୁଗଲ  ବହୁତ ମହତପୂର୍ଣ୍ଣ  ପଦକ୍ଷେପ ଉଠେଇଛି ।  ଏହା ସହ  ଭାରତୀୟ  ଭାଷାକୁ  ଡିଜିଟାଇଜ୍ଡ କରିବାର କାମ କରିଛି ।  ଇଣ୍ଡିଆର ଆପ୍‌ ଇକୋନୋମି  ବହୁତ ଦ୍ରୁତ ଭାବେ ବଢ଼ୁଛି ।  ଆମେ କେବଳ ଆପ୍‌ର ଡାଉନ୍‌ ଲୋଡ୍‌ରେ  ନୁହେଁ   ଅପ୍‌ଲୋଡ୍‌ରେ ମଧ୍ୟ  ଆଗକୁ  ବଢ଼ିବୁ ।  ଗୁଗଲ  ଭାରତର ଡିଜିଟଲ  ଭିଲେଜ୍କୁ ନେଇ ଦ୍ରୁତତର ଭାବେ କାମ କରୁଛି ।

ଡିଜିଟଲ ଏଜୁକେଶନ  ପାଇଁ ୧ ମିଲିୟନ ଆମେରିକୀୟ ଡଲାରର ନିବେଶ –

Googleର ତରଫରୁ  ଭାରତରେ ୧ ମିଲିୟନ  ଆମେରିକୀୟ  ଡଲାରର ନିବେଶ  ଡିଜିଟାଲ  ଶିକ୍ଷା ଓ ଟିଜର କୁ ଶିକ୍ଷିତ କରିବାରକାମ କରାଯିବ । ଡିଜିଟାଲ ଇଣ୍ଡିଆରେ ଡିଜିଟଲ ଇଣ୍ଡିଆରେ  ଡିଜିଟଲ ଶିକ୍ଷାକୁ ବୃଦ୍ଧି କରିବାର କାମ କରାଯାଇଛି । ପ୍ରମୁଖ କଥା ହେଲା  ଲକ୍‌ ଡାଉନ୍‌  ସମୟରେ  ଡିଜିଟଲ ଶିକ୍ଷାରେ ବହୁତ ବୃଦ୍ଧି ହୋଇଥିବା ଦେଖିବାକୁ  ମିଳିଛି ।

Leave a Reply

Your email address will not be published. Required fields are marked *