ଆଜି ରାଜ୍ୟରେ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରେକର୍ଡ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୨୬୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ସେହିପରି ସୁନ୍ଦରଗଡ଼ ୧୩୫, ଖୋର୍ଦ୍ଧା ୩୭, କଟକରୁ ୩୨, ବାଲେଶ୍ୱର ୨୫, କେନ୍ଦୁଝର ୨୩ ଓ ମୟୂରଭଂଜରୁ ୧୮ ସୁସ୍ଥ ହୋଇଛନ୍ତି।

ଭଦ୍ରକ ଓ ପୁରୀରୁ ୧୨, ବରଗଡ଼ ଓ ଜଗତସିଂହପୁରରୁ ୭ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ ୮, ଓ ଯାଜପୁରରୁ ୬ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ ଲେଖାଏଁ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାରୁ ୨ ଲେଖାଏଁ, ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୩ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଆଜିର ସୁସ୍ଥ ସଂଖ୍ୟା ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୯୮୬୪କୁ ବୃଦ୍ଧି ପାଇଛି।

ଅନ୍ୟପଟେ ରାଜ୍ୟରେ ସୁସ୍ଥ ହାର ବୃଦ୍ଧି ପାଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ। ଓଡ଼ିଶାରେ କରୋନା ଆରୋଗ୍ୟ ହାର ୬୭ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣ କହିଛନ୍ତି।

Leave a Reply

Your email address will not be published. Required fields are marked *