ସେଣ୍ଟ୍ରାଲ୍ ଭିଷ୍ଟା ନିର୍ମାଣ ବନ୍ଦ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଏତେ କୋଟି ଟଙ୍କାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାମ ସ୍ଥଗିତ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା | ଆଜି ଅବରଦାନକାରୀଙ୍କ ପିଟିସନକୁ ଖାରଜ କରିବା ସହ ତାଙ୍କ ଉପରେ ଜରିମାନା ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ | ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାମ ଜରୁରୀ ଏବଂ ଏହାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ |

ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହ ଏହି ଆବେଦନ ପ୍ରାମାଣିକ ନୁହେଁ ବୋଲି କହିଛନ୍ତି। ଏହା ଦେଶ ପାଇଁ ଏକ ଅତ୍ୟାବଶ୍ୟକ ପ୍ରକଳ୍ପ | ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯେହେତୁ ଶ୍ରମିକମାନେ ଉକ୍ତ ସ୍ଥାନରେ ରହିଛନ୍ତି ଏବଂ ସମସ୍ତ କୋଭିଡ ପ୍ରୋଟୋକଲଗୁଡିକ ପାଳନ କରାଯାଉଛି, ଏଭଳି ସ୍ଥିତିରେ ଏହି ପ୍ରକଳ୍ପକୁ ସ୍ଥଗିତ ରଖିବା ପାଇଁ କୋର୍ଟ ପାଖରେ କୌଣସି କାରଣ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି |

ସୂଚନା ମୁତାବକ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାମ କରୁଥିବା ଶ୍ରମିକ ଓ ସେଠାରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି କରୋନା ସମୟରେ ଏହି ପ୍ରକଳ୍ପ କାମକୁ ସ୍ଥଗିତ ରଖିବାକୁ କହିଥିଲେ ଅବରଦାନକାରୀ | କିନ୍ତୁ କାମ କରୁଥିବା ଶ୍ରମିକ ସମସ୍ତ କଟକଣା ଅନୁସରଣ କରୁଥିବା କହି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି | ଏହା ସହ ଏହା ଏକ ଉଦ୍ଦେଶ୍ୟମୂଳକ  ଆବେଦନ ବୋଲି ଖଣ୍ଡପୀଠ କହିଛନ୍ତି |

Leave a Reply

Your email address will not be published. Required fields are marked *