ଆଜିର ରାଶିଫଳ (୦୧/୦୬, ମଙ୍ଗଳବାର)

ଆଜି ତା.୦୧.୦୬.୨୦୨୧ରିଖ, ବୃଷ ୧୮ ଦିନ, ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ସପ୍ତମୀ, ମଙ୍ଗଳବାର । ସପ୍ତମୀ-ରାତ୍ରି ୧୨ଟା ୪୯ ମିନିଟ୍‌ । ଧନିଷ୍ଠା- ଅପରାହ୍ନ ୪ଟା ୧୦ ମିନିଟ୍‌, କୁମ୍ଭ ଚନ୍ଦ୍ର – ୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ: ୫ଟା ୦୮ ମିନିଟ୍‌ ୨୪ ସେକେଣ୍ଡ । ସୂର୍ଯ୍ୟାସ୍ତ: ୬ଟା ୨୦ ମିନିଟ୍‌ ୩୨ ସେକେଣ୍ଡ ।

ରାଶିଫଳ
ମେଷ: ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଅତି ଉତ୍ତମ ହେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଓ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ସଂଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୧୧, ଆରାଧନା- ପ୍ରଭୁ ହନୁମାନ ।

ବୃଷ: ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ରଖିବେ । କର୍ମରେ ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଓ ନୂତନ କର୍ମାରମ୍ଭର ଯୋଜନା କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ବ୍ୟବସାୟରେ ଅଧିକ ପରିଶ୍ରମ କରିବେ । ମନ ପ୍ରଫୁଲ, ସ୍ୱାସ୍ଥ୍ୟ ଉତ୍ତମ ଓ ପରିବାରରେ ହସଖୁସିର ପରିବେଶ ରହିବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ କର୍ମରେ ଯତ୍ନବାନ ହେବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୪, ଆରାଧନା- ମା’ କମଳା ।

ମିଥୁନ: ଘାତଚନ୍ଦ୍ର ହେତୁ ମାନ, ସମ୍ମାନ ହାନି, ଗୁରୁଜନଙ୍କ ସହ ବିବାଦ ଓ ନିଜର ଅତି ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ । କର୍ମରେ ମାନ,ସମ୍ମାନ ହାନି ଓ ପଦସ୍ଥ କର୍ମ•ରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ମୃଗଶିରା ମିଥୁନ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଅପମାନ, ଅପଯଶ ପାଇବେ । ଶୁଭରଙ୍ଗ-ଚକୋଲେଟ୍‌, ଶୁଭସଂଖ୍ୟା-୬, ଆରାଧନା-ମା’ ତ୍ରିପୁର ସୁନ୍ଦରୀ ।

କର୍କଟ: ଅଷ୍ଟମ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ସଂଚିତ ଅର୍ଥ ଆସ୍ତେ ଆସ୍ତେ ଖର୍ଚ୍ଚ ହୋଇ ଆସିବ ଓ ଆର୍ଥିକ ଅବସ୍ଥା ବିଗିଡ଼ିଯିବ । କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ । ଧନ କ୍ଷତି, ମନ ଅସ୍ଥିର ଓ ଶାରୀରିକ ପୀଡ଼ା ଭୋଗିବେ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରିଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଥଣ୍ଡା ରୋଗରେ ପଡ଼ିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ଭଗବାନ ଶିବ ।

ସିଂହ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା, ମାନ, ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିବାରର କୌଣସି ସଦସ୍ୟ କିମ୍ବା ପୁତ୍ରକନ୍ୟାଙ୍କ ମାଙ୍ଗଳିକ କର୍ମର ଆୟୋଜନ କରିବେ । ପରିବାରରେ ସୁଖ, ଶାନ୍ତିର ପରିବେଶ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଯେଉଁମାନଙ୍କର ପୁର୍ବଫାଲ୍‌ଗୁନୀ ସିଂହ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ ଗଜାନନ ।

କନ୍ୟା: କଥାବାର୍ତ୍ତା, •ଲିଚଳନ, ବ୍ୟବହାର ଆକର୍ଷଣୀୟ ହେବ ଓ ସମସ୍ତଙ୍କୁ ସମ୍ମୋହନ କରିବାର ଶକ୍ତି ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସୁନାମ ଅର୍ଜନ କରିବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା-ମା’ ଷୋଡ଼ଶୀ ।

ତୁଳା : ମାନସିକ ଅସ୍ଥିରତା, ମାନ, ସମ୍ମାନ ହାନୀ, ଇତର ଜନଠାରୁ ଅପମାନ ପାଇବେ । ସନ୍ତାନମାନଙ୍କ କର୍ମକୁ ନେଇ ଦୁଃଖୀ ହେବେ ଓ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଓ କର୍ମରେ ଅସ୍ଥିରତା ଲାଗି ରହିବ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା-ମା’ ସମଲେଶ୍ୱରୀ ।

ବିଛା : ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଓ ପରିବହନରେ ଆୟ ଅଧିକ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଓ ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । କର୍ମରେ ସଫଳତା, ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଗୁରୁଜନଙ୍କ କୃପା, ପଡ଼ୋଶୀଙ୍କ ସହାୟତା ଓ ବନ୍ଧୁବାନ୍ଧବଙ୍କ ସହାୟତା ଲାଭ କରିବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଆମୋଦ, ପ୍ରମୋଦରେ ମନ ଦେବେ । ମହିଳାମାନେ ଗୁରୁଜନଙ୍କ ସେବା କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ସ୍କନ୍ଦ ।

ଧନୁ: ନୂତନ କର୍ମାରମ୍ଭର ଯୋଜନା କରିବେ ଓ କର୍ମରେ ଉନ୍ନତ ଚିନ୍ତାଧାରା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ଭାଇ, ଭଉଣୀଙ୍କ ସହ ସୁସମ୍ପର୍କ ଓ ମନରେ ସକାରାତ୍ମକ ଚିନ୍ତାଧାରା ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ପରିବାରର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ଘାତବାର ଓ ଦ୍ୱିତୀୟ ଚନ୍ଦ୍ର ହେତୁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ଆର୍ଥିକ କାରବାର କଲାବେଳେ ସତର୍କ ରହିବେ ଓ ବାଦବିବାଦରୁ ଦୂରେଇ ରହିବେ । ବାଣିଜ୍ୟ, ବ୍ୟବସାୟ କ୍ଷତିରେ •ଲିବ ଓ କର୍ମରେ ବିଘ୍ନ ଘଟିବ । ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଆକାଶିଆ, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ଆମୋଦ, ପ୍ରମୋଦ ଓ ମଉଜ,ମଜଲିସ୍‌ ପ୍ରତି ଅଧିକ ଆଗ୍ରହ ରହିବ । ପରିବାରକୁ ଆଜି ଅଧିକ ସମୟ ଦେବେ ଓ ପରିବାରରେ ସ୍ୱର୍ଗ ସୁଖ ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ କର୍ମରେ ସଫଳତା, ପ୍ରଶଂସା ଏବଂ ସ୍ୱଳ୍ପ ପରିଶ୍ରମରେ ଅଧିକ ଫଳ ପାଇବେ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୧୧, ଆରାଧନା-ମା’ ଭୈରବୀ ।

ମୀନ: ଘାତଚନ୍ଦ୍ର ହେତୁ ଅଯଥା ଖର୍ଚ୍ଚଭାର ବଢ଼ି•ଲିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ । କର୍ମରେ ଆଳସ୍ୟତା ବୃଦ୍ଧି ପାଇବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ଉତ୍ତରାଭାଦ୍ର ମୀନ ସେମାନେ ସ୍ୱାସ୍ଥ୍ୟ ପ୍ରତି ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମଠାରୁ ଦୂରେଇ ଯିବେ । ମହିଳାମାନେ ଧନକ୍ଷତି କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା- ପ୍ରଭୁ ଗଜାନନ ।

Leave a Reply

Your email address will not be published. Required fields are marked *