ଭଞ୍ଜନଗରରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ

ଭଞ୍ଜନଗର (ବବି ରଥ): ଅରୂପା ତରଫରୁ ଭଞ୍ଜନଗର ବଳଭଦ୍ର ଆରୁଖ କୃଷକ ବଜାର ନିକଟ ଆର୍.ଏମ୍.ସି. ପଡିଆରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ୍ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ସାହୁ ଯୋଗ ଦେଇଥିଲେ। ଶୂଳପାଣି ଶତପଥି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଉଦଘାଟନ ଉତ୍ସବରେ ମୁଭ୍ ଦି ୱାର୍ଲ୍ଡ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଭିନେତା ଆଶିଷ କୁମାର ସଂଯୋଜନା କରିଥିଲେ। ଶେଷରେ ଅରୂପା ପକ୍ଷରୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ପ୍ରକାଶ ଥାଉ କି ଅରୂପା (ଓଡିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଭୁବନେଶ୍ବର ଦ୍ବାରା ୧୯୯୦ ମସିହା ଠାରୁ ଓଡିଶାର ହସ୍ତଶିଳ୍ପ କାରିଗରଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି। ଭଞ୍ଜନଗର ସହରରେ ଏହା ତୃତୀୟ ଥର ପାଇଁ ଏହି ହସ୍ତଶିଳ୍ପ ପ୍ରଦର୍ଶନୀର ଆୟୋଜନ କରିଛି। ଏଥିରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ହେବ।

Leave a Reply

Your email address will not be published. Required fields are marked *