ଭଞ୍ଜନଗରରେ ଫୁଡିଉଡ୍ ରେଷ୍ଟୁରାଣ୍ଟ୍ ଆରମ୍ଭ

ଭଞ୍ଜନଗର (ବବି ରଥ): ଭଞ୍ଜନଗର ସହର ବାଉଁଶଲୁଣ୍ଡି ମୁଖ୍ୟ ରାସ୍ତାରେ ନୁଆଁ ରେଷ୍ଟୁରାଣ୍ଟ୍ ଫୁଡିଉଡ୍ ଉଦଘାଟିତ ହୋଇଯାଇଅଛି। ଉଦଘାଟନ ଉତ୍ସବରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର, ବାଉଁଶଲୁଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଉଦ୍ଧବ ମିଶ୍ର, ସମିତିସଭ୍ୟା ଅଞ୍ଜଳି ବେହେରା, ଓଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଭଞ୍ଜନଗର ସହର ଓ ଏହାର ଆଖପାଖ ଅଞ୍ଚଳର ବାସିନ୍ଦା କମ୍ ଖର୍ଚ୍ଚରେ ଅତ୍ୟାଧୁନିକ ସୁବିଧାଯୁକ୍ତ ରେଷ୍ଟୁରାଣ୍ଟ୍, କେଫ୍ ଓ ଲଜ୍ ର ସୁବିଧା ପାଇପାରିବେ ବୋଲି ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଓଲିଉଡ୍ ଅଭିନେତା ଆଶିଷ କୁମାର ଗୌଡ ଏବଂ ବି. ସୁଶାନ୍ତ ପାତ୍ର ଆଶା ବ୍ୟକ୍ତ କରିଛନ୍ତି। ଭଞ୍ଜନଗର ଅଞ୍ଚଳରେ ଅତ୍ୟାଧୁନିକ ସୁବିଧାଯୁକ୍ତ ରେଷ୍ଟୁରାଣ୍ଟ୍, କେଫ୍ ଓ ଲଜ୍ ର ସୁବିଧା ଥିବା ଏହା ପ୍ରଥମ ଅନୁଷ୍ଠାନ।

ଆଜି ପ୍ରଥମ ଦିନରେ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରେଷ୍ଟୁରାଣ୍ଟ୍ ତରଫରୁ ୨୫୦ ଟଙ୍କାରେ ଖାଇବା ପାଇଁ କମ୍ବୋ ଅଫର ର ସୁବିଧା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ରେ ସ୍ବାଦିଷ୍ଟ ଖାଦ୍ୟ ସାଙ୍ଗକୁ ଏସି/ ନନ୍-ଏସି ଲଜ୍ ରୁମ୍ ଉପଲବ୍ଧ। ପ୍ରାଇଭେଟ୍ ରୁମ୍ ଏବଂ କନଫରେନ୍ସ୍ ହଲ୍ ସୁବିଧା ମଧ୍ୟ ଉପଲବ୍ଧ ଅଛି।

ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଇଜନେଟ୍ ର ମୁଖ୍ୟ ଶିବାନନ୍ଦ ପାତ୍ର ଏବଂ ବିଜଓକେ ଇଣ୍ଡିଆ ପ୍ରା. ଲି. ଭଞ୍ଜନଗର ପରିଚାଳକ ସୁବ୍ରତ କୁମାର ଦାଶ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *