
ବ୍ରହ୍ମପୁର (ବବି ରଥ): ଆଙ୍କୁଶପୁର ସଞ୍ଜୟ ମେମୋରିୟାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପରିସରରେ ଏନ୍.ସି.ସି.ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ଗତ ଜୁନ୍ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଏନ୍.ସି.ସି. ଜୁନିୟର ଓ ସିନିୟର ଡିଭିଜନର ବାଳକ ବାଳିକା ମାନେ ଅଂଶ ଗ୍ରହଣ କରୁଛନ୍ତି। ସକାଳୁ ପିଇଟି ସହିତ ମଧ୍ୟାହ୍ନରେ ପ୍ୟାରେଡ୍, ଗନ୍ ଫାଇରିଙ୍ଗ୍, ମ୍ୟାପ୍ ରିଡିଙ୍ଗ୍, ତମ୍ବୁ ବନଇବା ଆଦି ପ୍ରଶିକ୍ଷଣ ଦିଆଯାଉଛି। ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି।