୨୦୪୭ ସୁଦ୍ଧା ଭାରତୀୟ ନୌସେନା ହେବ ଆତ୍ମନିର୍ଭର :  ନୌସେନା ପ୍ରମୁଖ  ଆଡମିରାଲ ଆର ହରି କୁମାର

ନୌସେନା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ନୌସେନାର ବାର୍ଷିକ ଗଣମାଧ୍ୟମ ସମ୍ମିଳନୀକୁ ଶନିବାର ରାଜଧାନୀ ଦିଲ୍ଲୀରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଆଇଏନଏସ ବିକ୍ରାନ୍ତର କମିଶନକୁ ଐତିହାସିକ ବୋଲି କହିଛନ୍ତି। ଆଇଏନଏସ ବିକ୍ରାନ୍ତର କମିଶନ ଦେଶ ତଥା ନୌସେନା ପାଇଁ ଏକ ଐତିହାସିକ ଘଟଣା ଏବଂ ଏହା ପ୍ରକୃତରେ ଆତ୍ମନିର୍ଭର ଭାରତ ଏକ ପଦଚିହ୍ନ।

ଆର ହରି କୁମାର କହିଛନ୍ତି ଯେ ବହୁତ କମ ଦେଶ ଅଛନ୍ତି ଯେଉଁମାନଙ୍କର ବିମାନ ପରିବହନକାରୀ ନିର୍ମାଣ କରିବାର କ୍ଷମତା ଅଛି। ବର୍ତ୍ତମାନ ଭାରତ ଏଥିରେ ସାମିଲ ହୋଇଛି।

ସରକାର ଆମକୁ ଆତ୍ମନିର୍ଭର ଭାରତ ଏବଂ ସର୍ବୋଚ୍ଚ ନେତୃତ୍ୱ ଉପରେ ସ୍ପଷ୍ଟ ନିର୍ଦ୍ଦେଶନାମା ଦେଇଛନ୍ତି। ୨୦୪୭ ସୁଦ୍ଧା ନୌସେନା ଆତ୍ମନିର୍ଭର ହେବ।

ସେ ଏହା ମଧ୍ୟ କହିଛନ୍ତି ଯେ ଆମକୁ ପ୍ରଥମେ ଯାଞ୍ଚ କରିବାର ଆବଶ୍ୟକତା ହେଉଛି ବିମାନ ଅବତରଣ ବ୍ୟବସ୍ଥା ବିଷୟରେ। ସେହି ପରୀକ୍ଷା ବର୍ତ୍ତମାନ ଚାଲିଛି। ଆମେ ଆଶା କରୁଛୁ ମେ କିମ୍ବା ଜୁନ ମାସରେ ମୌସୁମୀ ପୂର୍ବରୁ ଏହା ସମ୍ପୂର୍ଣ୍ଣ ହେବ। ପ୍ରଥମ ବ୍ୟାଚ ମହିଳା କ୍ୟାଡେଟ ମାନଙ୍କୁ ଏନଡିଏରେ ପ୍ରବେଶ କରିବା ପରେ ସେ କହିଛନ୍ତି ଯେ ଆମର ବାହିନୀ ଲିଙ୍ଗ ନିରପେକ୍ଷ, ମହିଳାମାନେ ପ୍ରତିରକ୍ଷା କ୍ଷେତ୍ରରେ ସେବା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *