
ଢାକା : ଅଧିନାୟକ ତମିମ ଇକ୍ବାଲ ଆହତ ଯୋଗୁଁ ଓହରିଯିବାରୁ ଓପନର୍ ଲିଟନ ଦାସ ୪ ତାରିଖରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ବାଂଲାଦେଶ ଦଳର ନେତୃତ୍ବ ନେବେ। ଶୁକ୍ରବାର ଲିଟନଙ୍କୁ ବାଂଲା କ୍ରିକେଟ୍ ବୋର୍ଡ ଏହି ଦାୟିତ୍ବ ଦେଇଛି। ସେ ବାଂଲାଦେଶର ପଞ୍ଚଦଶ ଦିନିକିଆ ଅଧିନାୟକ ହୋଇଛନ୍ତି। ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ରେ ମହମଦୁଲା ଆହତ ଯୋଗୁଁ ଓହରିଯିବାରୁ ଲିଟନ ଦଳର ନେତୃତ୍ବ ନେଇଥିଲେ। ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ସକିବ ଅଧିନାୟକ ଏବଂ ଲିଟନ ଉପଅଧିନାୟକ ରହିଛନ୍ତି।