ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ବରଗଡ (ଓଡିଶା ଟୁଡେ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପ୍ରଚାର ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଅଛନ୍ତି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ। ଏକ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ଚାଷୀ, କେନ୍ଦୁପତ୍ର ତୋଷାଳି ଏବଂ ଗରୀବ ଜନଜାତିଙ୍କ କଥା ଉଠାଇଥିଲେ। ଏପରିକି ବର୍ଷାଙ୍କ ସପକ୍ଷରେ ମତଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। କେନ୍ଦୁପତ୍ରରେ ସର୍ବାଧିକ ବୋନସ ଦେବାରେ ଓଡ଼ିଶା ଦେଶରେ ପ୍ରଥମ। କିନ୍ତୁ କେନ୍ଦ୍ର ସରକାର ସୁନା ବ୍ୟବସାୟୀଙ୍କ ଉପରେ ୩ପ୍ରତିଶତ ଜିଏସ୍‌ଟି ନେଉଥିବା ବେଳେ ଗରୀବ କେନ୍ଦୁପତ୍ର ତୋଳାଳୀଙ୍କଠାରୁ ୧୮ ପ୍ରତିଶତ ଜିଏସ୍‌ଟି ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବହୁବିଧ ଯୋଜନା ହାତକୁ ନେଇଛନ୍ତି। ସେହିପରି ପଦ୍ମପୁର ଅଞ୍ଚଳର ଚଷୀଙ୍କ ପାଇଁ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କାର କାମ କରିସାରିଛନ୍ତି ଏବଂ ଆଗକୁ ମଧ୍ୟ ଚାଷୀ, ଜନଜାତିଙ୍କ କଲ୍ୟାଣ ଜାରି ରହିବ। ସେମାନଙ୍କ ହକ ପାଇଁ ଲଢ଼େଇ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *