ବଦ୍ରିନାଥରେ ୧୦ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ଖସିଲା ତାପମାତ୍ରା, ନଭେମ୍ବର ୧୯ରେ ବନ୍ଦ ହେବ କବାଟ

ଶିମଲା ୧୫।୧୧:ବଦ୍ରିନାଥ ଧାମରେ ପାଗରେ ଲଗାତାର ପରିବର୍ତ୍ତନ ଜାରି ରହିଛି। ହୀମପାତ ଓ ଥଣ୍ଡା ଯୋଗୁ ଶୀତକାଳ ନିମନ୍ତେ ମଙ୍ଗଳବାର ଗଣେଶ ମନ୍ଦିର କବାଟ ବନ୍ଦ ହେବାକୁ ଯାଉଥିବା ବେଳେ ଅନ୍ୟ ମନ୍ଦିର ମାନଙ୍କର କବାଟ ବନ୍ଦ ପ୍ରକ୍ରିୟାର ଶ୍ରୀଗଣେଶ ହେବାକୁ ଯାଉଛି। ଏଣୁ ମଙ୍ଗଳବାର ବଦ୍ରିନାଥ ଧାମରେ ପଞ୍ଚପୂଜା ଆରମ୍ଭ ହୋଇଛି। ବଦ୍ରିନାଥ ଧାମରେ ନଗର ପଞ୍ଚାୟତ ପକ୍ଷରୁ ମୁଖ୍ୟ ଛକରେ କାଠ ଜାଳି ଯାତ୍ରୀଙ୍କୁ ଉଷୁମ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି।ବଦ୍ରିନାଥ ଧାମରେ ଏବେ ଥଣ୍ଡା ବଢିବା ସହିତ ବାହାରର ତୀର୍ଥ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିଛି। ଏଣୁ ଚଳିତବର୍ଷ ବଦ୍ରିନାଥଙ୍କ କବାଟ ବନ୍ଦ ହେବା ଦିନ ଧାମରେ ହଜାର ହଜାର ଭକ୍ତ ଥିବେ ବୋଲି ଅନୁମାନ କରାଯାଉଛି। ଚଳିତବର୍ଷ ନଭେମ୍ବର ୧୯ ତାରିଖରୁ ବଦ୍ରିନାଥଙ୍କ ମନ୍ଦିରର କବାଟ ବନ୍ଦ ହେବାକୁ ଯାଉଛି। ମଙ୍ଗଳବାର ମଧ୍ୟାହ୍ନ ପରେ ଗଣେଶ ମନ୍ଦିରର କବାଟ ବନ୍ଦ ପ୍ରକ୍ରିୟା ଆରମ୍ଭ ହେବ। ବଦ୍ରିନାଥ ଧାମର ଧର୍ମାଧିକାରୀ ରାଧାକୃଷ୍ଣ ଥପଲିୟାଲ ଏହି ସୂଚନା ଦେଇଛନ୍ତି।ପାଗ ପରିବର୍ତ୍ତନ ସହିତ ବଦ୍ରିନାଥ ଧାମରେ ହୀମପାତ ବଢିବା ଆରମ୍ଭ ହୋଇଯାଇଛି। ଏହା ସତ୍ତ୍ୱେ ଯାତ୍ରୀଙ୍କ ଆଗମନ ଜାରି ରହିଥିବା ବେଳେ ଦୈନିକ ଶହଶହ ଯାତ୍ରୀ ବଦ୍ରିନାଥଙ୍କ ଦର୍ଶନ କରୁଛନ୍ତି। ହୀମପାତ ଓ ଅସହ୍ୟ ଥଣ୍ଡା ଯୋଗୁ ମଙ୍ଗଳବାର ଗଣେଶ ମନ୍ଦିରର କବାଟ ବନ୍ଦ ହେଉଛି। ଏହା ସହ ଅନ୍ୟ ମନ୍ଦିରର କବାଟ ବନ୍ଦ ପ୍ରକ୍ରିୟା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ। ତେବେ ଚଳିତବର୍ଷ ଯାତ୍ରୀ ସଂଖ୍ୟା ଅଧିକ ଥିବାରୁ ଏଥିର କବାଟ ବନ୍ଦ ବେଳକୁ ମଧ୍ୟ ତୀର୍ଥଯାତ୍ରୀ ସଂଖ୍ୟା ଢେର ଥିବ ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *