ଶକ୍ତିକାନ୍ତଙ୍କ ସ୍ବାକ୍ଷରରେ ଜାରି ହେବ ନୂଆ ୫୦ ଟଙ୍କିଆ ନୋଟ୍‌

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ନୂଆ ୫୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ମହାତ୍ମା ଗାନ୍ଧୀ ସିରିଜରେ ଜାରି ହେବାକୁ ଥିବା ନୂଆ ନୋଟ୍‌ରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷର ରହିବ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତି ଜାରି କରି କୁହାଯାଇଛି ଯେ, ନୂଆ ନୋଟ୍‌ର ସମ୍ପୂର୍ଣ୍ଣ ଡିଜାଇନ ମହାମତ୍ା ଗାନ୍ଧୀ ସିରିଜ ଭଳି ହେବ। ଏହାବ୍ୟତୀତ ପୂର୍ବରୁ ପ୍ରଚଳନରେ ଥିବା ୫୦ ଟଙ୍କିଆ ମୂଲ୍ୟର ସମସ୍ତ ନୋଟ୍‌ ଆଇନଗତ ଭାବେ ବୈଧ ରହିବ, ଅର୍ଥାତ୍‌ ସମସ୍ତ ପୁରୁଣା ନୋଟ୍‌ ପ୍ରଚଳନରେ ରହିବ। ସୂଚନାଥାଉ କି, ୨୦୧୭ରେ ଆର୍‌ବିଆଇ ନୂଆ ୫୦ ଓ ୨୦୦ ଟଙ୍କିଆ ନୋଟ୍‌ ଜାରି କରିଥିଲା, ଯାହା ଏବେ ମଧ୍ୟ ପ୍ରଚଳନରେ ରହିଛି। ନୂଆ ନୋଟ୍‌ର ରଙ୍ଗ ଫ୍ଲୋରୋସେଣ୍ଟ ବ୍ଲୁ ହେବ ଏବଂ ମଝିରେ ମହାମତ୍ା ଗାନ୍ଧୀଙ୍କ ଫଟୋ ରହିବ।

Leave a Reply

Your email address will not be published. Required fields are marked *