ନେପାଳ ର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମଚନ୍ଦ୍ର ପୌଡେଲ 

ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିବା ଶୀତଳ ନିବାସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ନେପାଳର ପ୍ରଧାନ ବିଚାରପତି ହରି କ୍ରିଷ୍ଣା କାରକି ପୌଡେଲଙ୍କୁ ସତ୍ୟ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନା ମୁତାବକ, ଗୁରୁବାର ରାମଚନ୍ଦ୍ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ପୌଡେଲଙ୍କୁ ୩୩,୮୦୨ ଇଲେକ୍ଟୋରାଲ ଭୋଟ୍‌ ମିଳିଥିଲା।

Leave a Reply

Your email address will not be published. Required fields are marked *