ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ,୧୩ରେ ଫଳାଫଳ

ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ। ଏନେଇ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ସୂଚନାନୁଯାୟୀ, ମେ’୧୦ରେ ମତଦାନ ଏବଂ ମେ’ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସେହିପରି ଏପ୍ରିଲ ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଏପ୍ରିଲ ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲିପଡିଥିଲା।

Leave a Reply

Your email address will not be published. Required fields are marked *