ଆଜି ଶ୍ରୀରାମ ନବମୀ, ରାମମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଆଜି ଅର୍ଥାତ୍‌ ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହେବା ପରେ ବର୍ତ୍ତମାନ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ରାମମନ୍ଦିରରେ ମଧ୍ୟ ରଘୁନନ୍ଦନଙ୍କ ପୂଜା ଚାଲିଛି।

Leave a Reply

Your email address will not be published. Required fields are marked *