
ରବିବାର ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଆଜିଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ଖରା ଟାଣ ହେବ ଓ ତାପମାତ୍ରା ଧୀରେଧୀରେ ବଢ଼ିବ। ଅପରାହ୍ଣ ଆଡ଼କୁ କାଳବୈଶାଖୀ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ଝଡ଼ର କୌଣସି ପ୍ରଭାବ ନାହିଁ। ତେଣୁ ତାପମାତ୍ରା ଧୀରେଧୀରେ ବଢ଼ିବ। ଆସନ୍ତା ୩ ଦିନରେ ପାରଦ ପାଖାପାଖି ୬ ଡିଗ୍ରି ଯାଏ ବଢ଼ିବ।ଆଜି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଅପରାହ୍ଣ ଆଡ଼କୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ୨୩ ଡିଗ୍ରି ମଧ୍ୟରେ ରହିବ।