
ବ୍ରହ୍ମପୁର: ଆରମ୍ଭ ହେଲା ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ଚଳଚଞ୍ଚଳ ବ୍ରହ୍ମପୁର ସହର । ବିଳମ୍ବିତ ରାତିରେ ବ୍ରହ୍ମପୁରର ଅଧିଷ୍ଠାତୀ ଦେବୀ ମା’ବୁଢୀ ଠାକୁରାଣୀଙ୍କ ଘଟ ଆସିବ । ଶାଶୂଘରୁ ଆଜି ବାପଘରକୁ ଆସିବେ ମାଆ । ମାଆ ଆଜିଠୁ ପ୍ରାୟ ୩୦ ଦିନ ଯାଏଁ ବାପ ଘରେ ରହିବା ପରେ ପୁଣି ଶାଶୂଘର ଫେରିଯିବାର ପରମ୍ପରା ରହିଛି ।ମା’ଙ୍କ ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ମାଆ ବାପ ଘରେ ପ୍ରାୟ ଏକ ମାସ ରହିବେ । ଆଜିଠୁ ମା’ବୁଢୀଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତି ଦୁଇ ବର୍ଷରେ ଥରେ ରେଶମ ସହରରେ ମା’ବୁଢୀଠାକୁରାଣୀଙ୍କ ଯାତ୍ରା ହୋଇଥାଏ ।
Rl