ଶ୍ରମିକଙ୍କ ମଜୁରି ବଢ଼ାଇଲେ ରାଜ୍ୟ ସରକାର

ବଢିଲା ଶ୍ରମିକଙ୍କ ମଜୁରୀ । ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ତେବେ ଶ୍ରମିକଙ୍କ ମଜୁରୀରେ ୧୨ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ସରକାରଙ୍କ ଦ୍ୱାରା ସ୍ଥରୀକୃତ ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକ ପିଛିଲା ଭାବେ ୨୦୨୩ ଏପ୍ରିଲ୍ ପହିଲାରୁ ବର୍ଦ୍ଧିତ ହାରରେ ଦୈନିକ ମଜୁରୀ ପାଇବେ । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି ।

Leave a Reply

Your email address will not be published. Required fields are marked *