ଏସିଆରେ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଗତକାଲି ବିଶ୍ୱର ସବୁଠୁ ଉତପ୍ତ ସହର ପାଲଟିଥିଲା ବାରିପଦା । ଏପ୍ରିଲ ୧୩ ତାରିଖରେ ୪୩.୫ ଡିଗ୍ରୀ ତାପମାତ୍ରା ଥିଲା ବାରିପଦା ସହରରେ । ଆଉ ଆଜି ୪୪ ଡିଗ୍ରୀ ସେଲସିୟସ । ସେହିପରି ଗତ ବୁଧବାର ଝାରସୁଗୁଡ଼ା ଏସିଆର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।ଖାଲି ବାରିପଦା ନୁହେଁ ପୂରା ରାଜ୍ୟରେ ଅସମ୍ଭାଳ ତାତି । ଆଜି ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି ୨୫ ସହରର ତାପମାତ୍ରା । ୪୨ ଡିଗ୍ରୀ ସେଲସିୟସ ପାର କରିଛି ୧୦ଟି ସହରର ତାପମାତ୍ର । କଟକରେ ତାପମାତ୍ରା ୪୧.୨ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ୪୦.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *