ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ବନ୍ଦ

ସମ୍ବଲପୁର ସହରରେ ଭୟର ବାତାବରଣ ଲାଗି ରହିଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସତ୍ତ୍ୱେ ଗୁରୁବାର ରାତିରୁ ଶୁକ୍ରବାର ରାତି ପର୍ଯ୍ୟନ୍ତ ୧୦ଟି ଦୋକାନରେ ଭଙ୍ଗାରୁଜା କରାଯିବା ସହ ପୋଡ଼ାଜଳା କରାଯାଇଛି। ସ୍ଥିତି ନିୟନ୍ତ୍ରଣକୁ ନ ଆସିବା ଏବଂ ଅଧିକରୁ ଅଧିକ ହିଂସାତ୍ମକ ଘଟଣା ଘଟୁଥିବାରୁ ଜିଲାପାଳ ଅନନ୍ୟା ଦାସ ସହରରେ କର୍ଫ୍ୟୁ ଲଗାଇଛନ୍ତି। ଏନେଇ ଉପଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତଦନୁଯାୟୀ ଶୁକ୍ରବାର ରାତି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସକାଳ ୮ଟାରୁ ୧୦ ଏବଂ ଅପରାହ୍ନ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। କୌଣସି ବ୍ୟକ୍ତିବିଶେଷଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିବାବେଳେ ମେଡିକାଲ ଏମର୍ଜେନ୍ସି କ୍ଷେତ୍ରରେ ହେଲ୍ପଲାଇନ ନମ୍ବର ୭୬୫୫୮୦୦୭୬୦ ଜାରି କରାଯାଇଛି।ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ବନ୍ଦ । ଆସନ୍ତା ୧୭ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସମସ୍ତ ପ୍ରକାର ସୋସିଆଲ ମିଡିଆ ମେସେଜିଂ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *