ଅତିକ ଓ ଅଶରଫଙ୍କୁ ହତ୍ୟା ଘଟଣା: ୩ ଯୁବକଙ୍କ ସମ୍ପର୍କରେ ପୋଲିସ ଦେଲା ସୂଚନା

ଉତ୍ତର ପ୍ରଦେଶ: ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା ଘଟଣା । ୩ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲା ଉତ୍ତର ପ୍ରଦେଶ ପ ରୟାଗରାଜର ପୋଲିସ । ପୋଲିସ ଦେଇଥିବା ସୂଚନା ଅନୁସାରେ, ୩ ଜଣ ଯୁବକ ହେଲେ ଲବରେଶ ତିୱାରୀ, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟା ଉତ୍ତର ପ୍ରଦେଶ: ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା ଘଟଣା । ୩ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲା ଉତ୍ତର ପ୍ରଦେଶ ପ ରୟାଗରାଜର ପୋଲିସ । ପୋଲିସ ଦେଇଥିବା ସୂଚନା ଅନୁସାରେ, ୩ ଜଣ ଯୁବକ ହେଲେ ଲବରେଶ ତିୱାରୀ, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟା ।ତିନି ଅଭିଯୁକ୍ତଙ୍କ ପରିବାରଙ୍କ ତରଫରୁ ମିଳିଥିଲା ସୂଚନା ଅନୁସାରେ, ପରିବାର ସହିତ ଏମାନଙ୍କର କୌଣସି ପ୍ରକାର ସମ୍ପର୍କ ନଥିଲା । ଲବରେଶ ତିୱାରୀ ଉତ୍ତର ପ୍ରଦେଶର ବାସିନ୍ଦା । ସେ ସପ୍ତାହେ ତଳେ ନିଜ ଘରକୁ ଯାଇଥିବା ନେଇ ସୂଚନା ଦେଇଛନ୍ତି ଲବରେଶର ପିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଘରେ ରହେ ନାହିଁ । ପରିବାର ସହ ତାର କୌଣସି ସମ୍ପର୍କ ନାହିଁ । ଅନେକ ବର୍ଷ ହୋଇ ଗଲାଣି ଆମେ ତା ସହ କିଛି କଥା ବି ହେଉ ନାହିଁ । ସେ ପ୍ରାୟ ନିଶାରେ ରୁହେ । ତା କଥାରେ ଆମର କିଛି ସଂପୃକ୍ତି ନାହିଁ ।ଅନ୍ୟପଟେ ଅଭିଯୁକ୍ତ ସନ୍ନର ମା ଓ ଭାଇ କହିଛନ୍ତି, ୫ ବର୍ଷରୁ ଅଧିକ ସମୟ ହେଲା ସେ ଘରକୁ ଆସି ନାହିଁ । ସେ ତା ନିଜ ଭାଗର ଜମିକୁ ବିକ୍ରି କରି ଘର ଛାଡି ଦେଇଛି । ଏବେ ଯେଉଁ ଘଟଣା ଘଟିଯାଇଛି ତାହା ବିଷୟରେ ଆମେ କିଛି ଜାଣି ନାହୁଁ । ସେହିପରି ତୃତୀୟ ଅଭିଯୁକ୍ତ ଅରୁଣ ପିଲାଦିନକୁ ହିଁ ଘର ଛାଡି ଦେଇଛି । ସେ ଦିଲ୍ଲୀରେ ଏକ ଫ୍ୟାକ୍ଟ୍ରିରେ କାମ କରେ । ତାର ମଧ୍ୟ ଘର ଲୋକଙ୍କ ସହ କୌଣସି ସମ୍ପର୍କ ନଥିଲା ।ସେପଟେ, ଏହି ଅପରାଧିକ ମାମଲା ପାଇଁ ଉତ୍ତର ପ୍ରଦେଶ ପୋଲିସ ଓ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବା ପାଇଁ ପଡିଛି । ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦେଇଥିବା ବେଳେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଷ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *