ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ତେବେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଦୀପାଳିଙ୍କ ସହ ଉପସ୍ଥିତ ଥିଲେ ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ମନ୍ତ୍ରୀ ରୀତା ସାହୁ, ବିଧାୟକ ପ୍ରତାପ ଜେନା, ଶାରଦା ନାଏକ, ଅଳକା ମହାନ୍ତି ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ । ଝାରସୁଗୁଡ଼ାର ମନମୋହନ ସ୍କୁଲ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରାରେ ଦୀପାଳି ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *