ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ 5 ଯବାନ ସହିଦଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳ

ପୁଞ୍ଚ : ଜାମ୍ମୁ କାଶ୍ମୀରର ପୁଞ୍ଚରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାଞ୍ଚଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ସୈନିକଙ୍କ ଟ୍ରକ ଉପରକୁ ଆକ୍ରମଣ କରିଥିଲେ ଯେଉଁଥିରେ 5 ଯବାନ ସହିଦ ହୋଇଥିଲେ । ସହିଦ ସୈନିକମାନଙ୍କ ନାମ ପ୍ରକାଶ କରିଛି ଭାରତୀୟ ସେନା ।ଏହି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପାଞ୍ଚ ଜଣ ଯବାନଙ୍କ ମଧ୍ୟରେ ହବିଲଦାର ମନଦୀପ ସିଂ, ଲାନ୍ସ ନାୟକ ଦେବଶିଷ ବିଶ୍ୱାଳ, ଲାନ୍ସ ନାୟକ କୁଲୱନ୍ତ ସିଂହ, ସିପାହୀ ହରକୃଷ୍ଣ ସିଂହ ଏବଂ ସିପାହୀ ସେବକ ସିଂହ ଅଛନ୍ତି । ଏହି ଯବାନ ମାନେ ରାଷ୍ଟ୍ରିୟ ରାଇଫଲ ୟୁନିଟରେ ନିୟୋଜିତ ଥିଲେ ଏବଂ ଆତଙ୍କବାଦୀ ଅପରେସନରେ କାର୍ଯ୍ୟସହିଦ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ପୁଅ। । ସେ ହେଉଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ୱାଳ । ପ୍ରତାପ ବିଶ୍ୱାଳ ଓ ମମତା ବିଶ୍ୱାଳଙ୍କ ବଡ଼ପୁଅ ଦେବାଶିଷ ପ୍ରାୟ 10 ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ । 2022 ମସିହା ମେ 4 ତାରିଖରେ ତାଙ୍କର ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କ ସହ ବିବାହ ହୋଇଥିଲା । ସେମାନଙ୍କର ଛୋଟ ଝିଅଟିଏ ବି ଅଛି । ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁ ଖବର ପରିବାର ସହ ସାରା ଗ୍ରାମରେ ଶୋକର ଲହରି ଖେଳାଇଦେଇଛି । ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି । ଆପଣଙ୍କୁ କହି ରଖଉଛୁ ରଜୌରୀ ସେକ୍ଟରରେ ଆତଙ୍କବାଦୀମାନେ ସୈନିକଙ୍କ ଗାଡି ଉପରେ ଆକ୍ରମଣ କରିବା ସମୟରେ ଏହି ଘଟଣା ଘଟିଥିଲା । ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା, କିନ୍ତୁ ଆକ୍ରମଣକାରୀଙ୍କ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।ରିପୋର୍ଟ ଅନୁଯାୟୀ, ଏହି ଆତଙ୍କବାଦୀ ଆକ୍ରମଣରେ ଜୈଶ ର PAFF ନିଜକୁ ଦାୟୀ କରିଛି । PAFF ମୁଖପାତ୍ର ତନଭୀର ଅହମ୍ମଦ ଏହି ଆକ୍ରମଣ ପାଇଁ ସେମାନେ ଦାୟୀ ବୋଲି ଏକ ବିବୃତ୍ତିରେ କହିଛି । ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଜି -20 ବୈଠକକୁ ଟାର୍ଗେଟ କରାଯିବ ବୋଲି ସେ ଧମକ ଦେଇଛି । ସୂଚନାଥାଉକି, 26-28 ଅପ୍ରେଲ ଲେହ ରେ ଏବଂ 22 -24 ଅପ୍ରେଲ ପର୍ଯ୍ୟନ୍ତ ଶ୍ରୀନଗରରେ ଯେ ଜି -20 ବୈଠକ ହେବ । ଏହି ବୈଠକ ପୂର୍ବରୁ ଘଟିଥିବା ଆକ୍ରମଣ ଯୋଗୁଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି ।

Leave a Reply

Your email address will not be published. Required fields are marked *