ଆଜି ପବିତ୍ର ‘ଇଦ ଉଲ୍ ଫିତର’, ସାରା ଦେଶରେ ଉତ୍ସାହର ମାହୋଲ

ଅଦ୍ ମୁବାରକ…ଆଜି ପବିତ୍ର ‘ଇଦ ଉଲ୍ ଫିତର’ । ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ । ସାରା ଦେଶରେ ବେଶ୍ ଧୂମଧାମରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ । ମାସକର ରମଜାନ ପରେ ଆଜି ବେଶ୍ ଉତ୍ସାହର ସହ ଇଦ୍ ପାଳୁଛନ୍ତି ଲକ୍ଷାଧିକମୁସଲିମ୍ ଭାଇ ଭଉଣୀ ।ଇଦ୍ ଅବସରରେ ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ୨୧ ଏପ୍ରିଲ ସନ୍ଧ୍ୟାରେ ଇଦ୍ ଚାନ୍ଦ ଭାରତରେ ଦୃଶ୍ୟମାନ ହୋଇଥିଲା । ଯାହା ସହ ଶେଷ ହୋଇଥିଲା ରମଜାନ ମାସ । ଗତକାଲି ଶେଷ ରୋଜା ପରେ ଆଜି ସାରା ଦେଶରେ ଉତ୍ସାହର ସହ ପାଳନ ହେଉଛି ଇଦ୍ । ଆଜି ଦିଲ୍ଲୀ, କୋଲକତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ମଧ୍ୟ ପାଳନହେଇଛି ଇଦ୍ । ନମାଜ ପାଠ କରିବା ପରେ ଦାନ ଧର୍ମ କରି ପାଳନ ହେଉଛି ଇଦ ।


Leave a Reply

Your email address will not be published. Required fields are marked *