
ଚମୋଲି:ତୁଷାରପାତ ମଧ୍ୟରେ ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାରେ ଅବସ୍ଥିତ ବଦ୍ରିନାଥ ଧାମର କବାଟ ଖୋଲାଯାଇଛି । ଗୁରୁବାର ସକାଳ ୭.୧୦ ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ ଭକ୍ତଙ୍କ ଖୋଲିଛି ମନ୍ଦିର । ଏହି ସମୟରେ ବହୁ ସଂଖ୍ୟାରେ ଭକ୍ତ ବାବା ବଦ୍ରିନାଥଙ୍କୁ ଦର୍ଶନ କରିବା ପାଇଁ ପହଁଞ୍ଚିଥିଲେ । କବାଟ ଖୋଲିବା ପୂର୍ବରୁ ଉପରୁ ହେଲିକପ୍ଟରରୁ ଭକ୍ତଙ୍କ ଉପରେ ଫୁଲର ବର୍ଷା କରାଯାଇଥିଲା । ଏହି ମନ୍ଦିରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି।ପ୍ରବଳ ତୁଷାର ପାତ ସତ୍ୱେ ଭକ୍ତଙ୍କର ଭିଡ ଦେଖିବା ପାଇଁ ମିଳିଥିଲା । ଜୟ ଜୟକାର ଧ୍ୱନି ମଧ୍ୟରେ ଖୋଲଯାଇଥିଲା ବଦ୍ରିନାଥଙ୍କ କବାଟ । ସେହିପରି ଆଇଟିବିପି ବ୍ୟାଣ୍ତ ଓ ଗଡୱାଲ୍ ସ୍କାଉଟ୍ସର ଟିମ୍ ଉପସ୍ଥିତ ରହି ବ୍ୟାଣ୍ତ ବାଜା ବଜାଇଥିଲେ । ବର୍ତ୍ତମାନ ଆସନ୍ତା ୬ ମାସ ପାଇଁ ବଦ୍ରିନାଥଙ୍କ ଦର୍ଶନ କରିପାରିବେ ଭକ୍ତ ।