୩ ଘଣ୍ଟା ନବଯୌବନ ଦର୍ଶନ, ପରମାଣିକ ଟିକେଟ୍‌ ବୁକିଂ ଅନ୍‌ଲାଇନ୍‌ କରାଯାଉ

ପୁରୀ,୧୬/୦୬: ୧୫ ଦିନ ଧରି ମହାପ୍ରଭୁଙ୍କ ଦର୍ଶନ କରି ନ ଥିବା ଲକ୍ଷାଧିକ ଭକ୍ତ ନବଯୌବନ ଦର୍ଶନ କରିବାକୁ ଆସିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା କରୁଛନ୍ତି । ପରମାଣିକ ଦର୍ଶନ ଲାଗି ଛଡ଼ାଯିବ । ପ୍ରାୟ ୭୦୦୦ ପରମାଣିକ ଟିକେଟ ବିକ୍ରି ହୋଇଛି । ପରମାଣିକ ଦର୍ଶନ ବ୍ୟବସ୍ଥା ଦ୍ୱାରା ଭକ୍ତଙ୍କ ମଧ୍ୟରେ ଏକ ବର୍ଗୀକରଣ ହୋଇଯାଇଛି । ପରମାଣିକ ଟିକେଟ ବିକ୍ରିକୁ ଅନ୍‌ଲାଇନ୍‌ ବୁକିଂ କରାଯିବା ଉଚିତ । ଫଳରେ ଏଥିରେ ସ୍ୱଚ୍ଛତା ରହିବ । ଲକ୍ଷାଧିକ ଭକ୍ତଙ୍କ ଦର୍ଶନ ଲାଗି ୨ ଘଣ୍ଟା ସମୟ କରାଯିବା ଦ୍ୱାରା ଦଳାଚକଟାର ଆଶଙ୍କା ରହିଛି ବୋଲି କହିଛନ୍ତି ସମାଜସେବୀ ହେକ୍ଟର ମିଶ୍ର ।ସାହାଣମେଲା ପାଇଁ ଯେଉଁ ସମୟ ରହିଛି ସେଥିରେ ଅଧିକାଂଶ ଲୋକ ଦର୍ଶନରୁ ବଞ୍ଚିତ ହେବେ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ବରିଷ୍ଠ ସେବାୟତ ରବିନାରାୟଣ ଦାସମହାପାତ୍ର । ଭିଆଇପିଙ୍କ ଦର୍ଶନ ଲାଗି ଏହି ପରମାଣିକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।ପରମାଣିକ ବ୍ୟବସ୍ଥାରେ ଟିକେଟ୍‌ ବହୁତ କଳାବଜାର ହେଉଛି । ଶ୍ରୀମନ୍ଦିର ଚାରି ଦୁଆର ଦର୍ଶନ କରାଗଲେ ଭିଡ଼ ଅଧିକ ହେବନାହିଁ ବୋଲି କହିଛନ୍ତି ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ରନାଥ ସ୍ୱାଇଁ ।

Leave a Reply

Your email address will not be published. Required fields are marked *