ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଏବଂ ବିହାର ସିଏମଙ୍କୁ ହତ୍ୟା ଧମକ, ଦିଲ୍ଲୀ ପୋଲିସକୁ ଆସିଲା 2 ଟି ଫୋନ୍ କଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରାଯିବା ନେଇ ଧମକ ମିଳିଛି । ବୁଧବାର ଦିନ ଦିଲ୍ଲୀ ପୋଲିସକୁ ଏ ନେଇ ଦୁଇଟି ଫୋନ୍ କଲ ଆସିଛି । ଘଟଣା ପରଠାରୁ ଅଭିଯୁକ୍ତଙ୍କ ସନ୍ଧାନରେ ଅନେକ ପୋଲିସ ଟିମ୍ ନିୟୋଜିତ ହୋଇଛନ୍ତି ।ଦିଲ୍ଲୀ ପୋଲିସର ସୂଚନାନୁସାରେ, ବୁଧବାର ଦିନ ଆଉଟର ଡିଷ୍ଟ୍ରିକ୍ଟ ପୋଲିସ ଗୋଟିଏ ବ୍ୟକ୍ତି ଠାରୁ ଦୁଇଟି PCR କଲ ପାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିହାରର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା । PCR ରେ ନିୟୋଜିତ ଯବାନମାନେ ତୁରନ୍ତ ଉଚ୍ଚ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ ।ବର୍ତ୍ତମାନ ଅଭିଯୁକ୍ତଙ୍କ ସନ୍ଧାନରେ ଦିଲ୍ଲୀ ପୋଲିସର ଅନେକ ଟିମ୍ ନିୟୋଜିତ ହୋଇଛନ୍ତି । ଏଥିରେ ସାଇବର ସେଲର ସାହାଯ୍ୟ ମଧ୍ୟ ନିଆଯାଉଛି, ଯାହା ଦ୍ୱାରା ସେହି ପୋନ୍ ନମ୍ବର ଚିହ୍ନଟ ହୋଇପାରିବ ।ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଆମେରିକାରେ ଅଛନ୍ତି । ହ୍ୱାଇଟ ହାଉସରେ ପିଏମ ମୋଦୀଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

Leave a Reply

Your email address will not be published. Required fields are marked *