ଆଜି ବନକଲାଗି ନୀତି; ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ (ଓଡ଼ିଶା ଟୁଡେ): ବହୁ ବାଦ ବିବାଦ ପରେ ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏକ ମାସ ପରେ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଦତମହାପାତ୍ର ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ବନକଲାଗି ନୀତି ହୋଇପାରିନଥିଲା ।


ବୁଧବାର ବନକଲାଗି କରିବା ପାଇଁ ପ୍ରଶାସନ କହୁଥିବା ବେଳେ ଗୁରୁବାର ନୀତି କରିବା ପାଇଁ ଦାବି କରିଥିଲେ ଦତ୍ତମହାପତ୍ର ସେବାୟତ । ଗତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବୁଧବାର ବନକଲାଗି ନୀତି କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା । ନୀଳାଦ୍ରି ବିଜେ ପରେ ଅର୍ଥାତ ପ୍ରାୟ ଦେଢ ମାସ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ ।
ଆଜି ବନକଲାଗି ନୀତି ହେବା ନେଇ ଦତ୍ତ ମହାପାତ୍ର ନିଯୋଗକୁ ଅବଗତ କରାଯାଇଛି । ଦ୍ୱିପହର ଧୂପ ବଢିବା ପରେ ଦତମହାପାତ୍ର ସେବକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବୋ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି ସାମଗ୍ରୀ ଦତ୍ତମହାପାତ୍ର ସେବକଙ୍କୁ ଯୋଗାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *