ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ଘୋଷଣା ଦାବିରେ ଗୋବରା ଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖା ଅଭିଯାନ

ଭଞ୍ଜନଗର (ଓଡ଼ିଶା ଟୁଡେ) ୧୪/୦୮/୨୩: ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଘୁମୁସର ବାହିନୀ ଆବାହାନରେ ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ଚିଠି ଲେଖା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧକ୍ଷା ମାମା ପରିଡ଼ା, ଅଧ୍ୟାପିକା ଡଃ ନଳିନୀ ପ୍ରଭା ଦାସ, ରାଧାମାଧବ ପ୍ରଧାନ, କୈଳାସ ଚନ୍ଦ୍ର ପିଢ଼ି, ସୁଶ୍ରୀ ଆରତୀ ସେଠୀ ଓ ପିଇଟି ସୁଚେତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ବ ଚିଠି ଏବଂ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଏଥିପାଇଁ ଘୁମୁସର ବାହିନୀର ସଦସ୍ୟ ମାଧବ ନାୟକ ଏବଂ ନଚିକେତା ପ୍ରଧାନ ଧନ୍ୟବାଦ ଜଣାଇଥିଲେ।

ପ୍ରକାଶ ଥାଉ କି ନବେ ଦଶକ ରୁ ଭଞ୍ଜନଗର ଉପଖଣ୍ଡ କୁ ଜିଲ୍ଲା ଘୋଷଣା ଦାବି ହୋଇ ଆସୁଅଛି। ବିଭିନ୍ନ ସମୟରେ ବନ୍ଦ, ଆନ୍ଦୋଳନ ଏବଂ ଜନ ସଚେତନତା କରାଯାଇ ଘୁମୁସର ଜିଲ୍ଲା ଗଠନର ମୂଳ ଉଦ୍ଦେଶ୍ୟ ଜନ ସାଧାରଣଙ୍କୁ ଅବଗତ କରାଯାଉଛି। ଦୂରତା, ଭୌଗୋଳିକ ଅବସ୍ଥିତି ଏବଂ ଜନସଂଖ୍ୟା ଦୃଷ୍ଟିକୋଣରୁ ଘୁମୁସର ଜିଲ୍ଲା ଦାବି ଯୁକ୍ତିଯୁକ୍ତ ବୋଲି ଘୁମୁସର ବାହିନୀ ସଦସ୍ୟ ମାନେ ମତ ଦେଉଛନ୍ତି। ସରକାର ନିଶ୍ଚୟ ସେମାନଙ୍କ ଦାବି ମାନିନେବେ ବୋଲି ଆଶାୟୀ ମଧ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *