ଓଡ଼ଗାଁରେ ଆଇନା – ସ୍ନେହ ସପୋର୍ଟ୍ – ସମ୍ଭବ ମିଳିତ ସହଯୋଗରେ ଭ୍ରାମ୍ୟମାଣ ଶ୍ରବଣ ପରୀକ୍ଷା ଯାନ ଶୁଭାରମ୍ଭ

ଓଡ଼ଗାଁ (ସୁବାଶିଷ ମହାପାତ୍ର, ଓଡ଼ିଶା ଟୁଡେ) ୧୭/୦୮/୨୩: ରୋହିବାଙ୍କ ସ୍ଥିତ ସମ୍ଭବ ଆଶ୍ରମ ଠାରେ ଶ୍ରବଣ ବାଧିତଙ୍କ ନିମନ୍ତେ ଭ୍ରାମ୍ୟମାଣ ଶ୍ରବଣ ପରୀକ୍ଷା ଯାନର ଗ୍ରାମ ପରିକ୍ରମାର ଶୁଭାରମ୍ଭ କରାଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡା. ରମାକାନ୍ତ ପଣ୍ଡାଙ୍କ ସହ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଆଇନା, ସ୍ନେହ ସପୋର୍ଟ ଫାଉଣ୍ଡେସନ ଓ ସମ୍ଭବ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ୩ ଅନୁଷ୍ଠାନର ମିଳିତ ସହଯୋଗରେ ‘ଶ୍ରୁତି’ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଭ୍ରାମ୍ୟମାଣ ଚିକିତ୍ସା ବ୍ୟବସ୍ଥା ଗାଁ ଗାଁ ରେ ପହଞ୍ଚି ଶ୍ରବଣ ବାଧିତଙ୍କ ଚିକିତ୍ସାରେ ସହାୟ କରିବ । ଭ୍ରାମ୍ୟମାଣ ଶ୍ରବଣ ପରୀକ୍ଷା ଯାନଟି ରୋହିବାଙ୍କ ସରକାରୀ ଉନ୍ନୀତ ବିଦ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଅଭିଜ୍ଞ ଡାକ୍ତର ଓ ଟେକ୍ନିସିଆନଙ୍କ ଦ୍ବାରା ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କର ଶ୍ରବଣ ଜନିତ ସମସ୍ୟା ପରୀକ୍ଷା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳୀ ସାହୁ, ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ଲହଡ଼ିବାଳା ପ୍ରଧାନ, ପ୍ରକୃତିବନ୍ଧୁ ଡାକ୍ତର ଦୀପକ ବଳ, ସିଆରସିସି, ମିଶନ ଶକ୍ତି, ଅଙ୍ଗନବାଡ଼ି, ଆଶା ଏବଂ ବ୍ରହ୍ମା କୁମାରୀ ଭଉଣୀମାନଙ୍କ ସହିତ ନୟାଗଡ଼ର ସମାଜସେବୀ ଦାମ ସାର୍, ନିର୍ମଳ ଚନ୍ଦ୍ର ସୁରଦେଓ, ଭଞ୍ଜନଗରରୁ ସମାଜସେବୀ ଶୂଳପାଣି ଶତପଥୀ, ସମ୍ଭବରୁ ରାମକୃଷ୍ଣ ସାହୁ, ନମିତା ଭଉଣୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ପଦ୍ମଶ୍ରୀ ସାବରମତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *