ବିଭିନ୍ନ ଦାବି ନେଇ କଂଗ୍ରେସର ଭଞ୍ଜନଗର ବ୍ଲକ ଅଫିସ ଘେରାଉ ଏବଂ ଦାବିପତ୍ର ପ୍ରଦାନ

ଭଞ୍ଜନଗର (ଓଡ଼ିଶା ଟୁଡେ) ୧୮/୦୮/୨୩: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବ୍ଲକ୍ ଅଫିସ୍ ମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, କୃଷି ସମସ୍ୟା ଓ ଟାଟା ପାୱାର ର ବିଭିନ୍ନ ଜନ ବିରୋଧୀ ନୀତି ବିରୁଦ୍ଧରେ ଆଜି ଭଞ୍ଜନଗର ବ୍ଲକ ଅଫିସରେ କଂଗ୍ରେସ ପକ୍ଷରୁ ଘେରାଉ କରାଯାଇଥିଲା। ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜି ଏହି ଘେରାଉ ସମୟରେ ପିସିସି ସଭ୍ୟ ଦେବୀପ୍ରସାଦ ବିଷୋୟୀ, ପିସିସି ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ଦିଗାଲ, ପୂର୍ବତନ ବ୍ଲକ୍ ସଭାପତି ଭାସ୍କର ପତି, ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ପ୍ରଧାନ, ଜିଲ୍ଳା କଂଗ୍ରେସ ସମ୍ପାଦକ ଜବାହରଲାଲ ସାହୁ ଓ ନାରାୟଣ ସେଠୀ, ଓବିସି ସଭାପତି ପ୍ରତାପ ସ୍ୱାଇଁ, କଂଗ୍ରେସ ନେତା ସନ୍ତୋଷ ପଟ୍ଟନାୟକ, ବିକ୍ରମ ବିଷୋୟୀ, ସହସ୍ରାଂଶୁ ରାଉତ, ଗିରିଜା ଭୂୟାଁ, ବିନାୟକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *