ଆମ୍ ଆଦ୍‌ମୀ ପାର୍ଟି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଟକ (ଓଡ଼ିଶା ଟୁଡେ) ୩୧।୦୮ : ଆଜି କଟକ ସ୍ଥିତ ଟାଉନ୍ ହଲ୍ ଠାରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶା ର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ୨୦୨୪ ସାଧାରଣ ନିର୍ବାଚନ କୁ ନଜର କରି ଆମ୍ ଆଦ୍‌ମୀ ପାର୍ଟି ନିଜର ରଣନୀତି ଆରମ୍ଭ କରିଛି । ଉଭୟ ଅଫ୍ ଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ କିପରି ଅଧିକରୁ ଅଧିକ ଲୋକଙ୍କୁ ପାର୍ଟି ସହ ଯୋଡା ଯିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଅଛି । ଦିଲ୍ଲୀରୁ ଆପ୍ ର ଦକ୍ଷ ସଙ୍ଗଠକ(ରାଷ୍ଟ୍ରୀୟ) ତଥା ଯୁବନେତା ଶ୍ରୀ ନିରଜ ପାଣ୍ଡେ ଆଜି କଟକସ୍ଥିତ ଟାଉନ୍ ହଲ୍ ରେ ପାର୍ଟିର ସଦସ୍ୟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରତି ବିଧାନସଭାରୁ ଜଣେ ଲେଖାଏଁ ସକ୍ରିୟ ସଦସ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ ।
ଆଜିର ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ପରେ, ଆସନ୍ତା ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନ ସଭାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର କହିଛନ୍ତି । ଏହା ନିର୍ବାଚନ ରଣକ୍ଷେତ୍ର କୁ ଓହ୍ଲେଇବା ପୂର୍ବରୁ ଏକ ପ୍ରକାର ସାଂଗଠାନିକ ପ୍ରସ୍ତୁତି ବୋଲି ଦିଲ୍ଲୀରୁ ଆସିଥିବା ଶ୍ରୀଯୁକ୍ତ ନିରଜ ପାଣ୍ଡେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *